Home Top News ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ଘୋଷଣା ହେବକି ନିର୍ବାଚନ ତାରିଖ ? ମଧ୍ୟାହ୍ନରେ ସାମ୍ବାଦିକ...

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ଘୋଷଣା ହେବକି ନିର୍ବାଚନ ତାରିଖ ? ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର

84

ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ପ୍ରାରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି।

ପାଞ୍ଚଟି ରାଜ୍ୟ – ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଏଥିପାଇଁ ମଧ୍ୟାହ୍ନ ୧୨.୪୫ ରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଏହା ଉପରେ ରହିବ ସମସ୍ତଙ୍କର ନଜର।

ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା ପାଇଁ ନିର୍ବାଚନ କମିଶନର ଏକ ପ୍ରତିନିଧୀ ଦଳ ଗତକାଲି ୟୁପିରେ ଜିଲ୍ଲା ଏବଂ ବିଭାଗୀୟ ସ୍ତରର ଅଧିକାରୀଙ୍କୁ ଭେଟିଥିଲେ। ଏହି ପ୍ରତିନିଧୀ ଦିନସାରା ଅଧିକାରୀଙ୍କ ସହ ବୈଠକ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.