Home ଜିଲ୍ଲା ପରିକ୍ରମା ୪ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଓ ରୂପା ଲୁଟିନେଲେ ଦୁର୍ବୃତ୍ତ

୪ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଓ ରୂପା ଲୁଟିନେଲେ ଦୁର୍ବୃତ୍ତ

17

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୯ ଘଟିକା ସମୟରେ ସୁନା ଦୋକାନୀଙ୍କ ଠାରୁ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଓ ରୂପା ଲୁଟିନେଲେ ଦୁର୍ବୃତ୍ତ । ଖବରରୁ ପ୍ରକାଶଯେ, ପୁରୁଷଣ୍ଢ ଗ୍ରାମର ପର୍ଶୁରାମ ସାହୁ ପ୍ରତିଦିନ ଭଳି ଆଜି ସକାଳ ୮ ଘଟିକା ୩୦ମିନିଟ୍ ସମୟରେ ଗଡ଼ଗଡ଼ି ଛକରେ ଥିବା ନିଜ ଦୋକାନ ଖୋଲି ଥିଲେ । କିଛି କ୍ଷଣ ପରେ ଦୁଇଜଣ ବ୍ୟକ୍ତି ହିନ୍ଦୀରେ କଥା ହୋଇ ଦୋକାନରେ ପହଞ୍ôଚ ପୂଜା ନିମନ୍ତେ ସୁନା କିଣିବାକୁ କହିବାରୁ ସେ ନିଜର ଡ଼ବା ଖୋଲି ସୁନା ଦେଖାଉ ଥିଲେ । ଏହି ସମୟରେ ଉପରୋକ୍ତ ବ୍ୟକ୍ତି ଦ୍ୱୟ ତାଙ୍କ ଡବା ଖୋଲି ଦେଖିବା ସହିତ ପ୍ରାୟ ୭୦ ଗ୍ରାମ ଓଜନର ସୁନା ଓ ରୂପା ଅଳଙ୍କାର ଥିବା ଡବାକୁ ଆଖି ପିଛୁଳାକେ ନେଇ ଗାଏବ ହୋଇଯାଇଥିଲେ । ଦୋକାନୀ କିଛି ସମୟ ଅସୁସ୍ଥ ହୋଇ କିଛି ଜାଣିପାରି ନଥିଲେ । ଘଟଣା ଘଟିବାର କିଛି କ୍ଷଣ ପରେ ପର୍ଶୁରାମ ପାଖ ଦୋକାନୀଙ୍କୁ ସମସ୍ତ ଜଣାଇଥିଲେ । ତେବେ ଦୁଇଜଣ ବ୍ୟକ୍ତି ହୋଣ୍ଡା ୟୁନିକନ ବାଇକରେ ଆସିଥିବା ଲୋକେ ଦେଖିଛନ୍ତି । ବ୍ୟକ୍ତି ଦ୍ୱୟ ଭଦ୍ରକ ଆଗରପଡ଼ା କେନାଲ ରାସ୍ତାରେ ଖସିି ପଳାଇ ଥିବାର ଅନୁମାନ କରାଯାଉଛି । ଖବରପାଇ ଆଗରପଡ଼ା ଥାନାଧିକାରୀ ଅମିତ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ôଚ ଦୋକାନୀ ମାନଙ୍କ ସିସିଟିଭି ଫୁଟେଜ୍ ଗୁଡ଼ିକ ଯାଞ୍ଚ କରିବା ସହିତ ତଦନ୍ତ ଜାରୀ ରଖିଛନ୍ତି । ଦିନ ସମୟରେ ଏଭଳି ଘଟଣା ଆଗରପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.