Home ଜିଲ୍ଲା ପରିକ୍ରମା ୪ ବର୍ଷର ଶିକୁଳିବନ୍ଧା ଜୀବନ ମେଧାବୀ ଛାତ୍ର ଅସହାୟ ଜଗନ୍ନାଥଙ୍କୁ ସରକାରୀ ସହାୟତା ପାଇଁ ଦାବି

୪ ବର୍ଷର ଶିକୁଳିବନ୍ଧା ଜୀବନ ମେଧାବୀ ଛାତ୍ର ଅସହାୟ ଜଗନ୍ନାଥଙ୍କୁ ସରକାରୀ ସହାୟତା ପାଇଁ ଦାବି

67

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ୨୪ ବର୍ଷର ଜଗନ୍ନାଥ ଭଦ୍ରକ କଲେଜର ଜଣେ ମେଧାବୀ ଛାତ୍ର ଥିଲେ । ମାତ୍ର ଦୀର୍ଘ ୪ ବର୍ଷ ହେବ ସେ ମାନସିକ ରୋଗାକ୍ରାନ୍ତ ହୋଇ ନିଜ ଘର ବାରଣ୍ଡାରେ ଏବେ ସିକୁଳିବନ୍ଧା ଜୀବନ ବିତାଉଛନ୍ତି । ଭଦ୍ରକ ବ୍ଲକ୍ ଅଧୀନସ୍ଥ ଗେଲପୁର ପଂଚାୟତର ଗୋପବନ୍ଧୁ ନଗର ଗ୍ରାମରେ ରମାକାନ୍ତ ମଲ୍ଲିକଙ୍କ ଘର । ସେ ଜଣେ ଅଭାବୀ ଦିନ ମଜୁରିଆ ଅଟନ୍ତି । ତାଙ୍କ ସାନପୁଅ ଜଗନ୍ନାଥ ଭଦ୍ରକ କଲେଜରେ ଜଣେ ମେଧାବୀ ଛାତ୍ର ଭାବେ ପଢିଆସୁଥିବାବେଳେ ଆଜକୁ ୪ ବର୍ଷ ହେବ କୌଣସି କାରଣରୁ ମସ୍ତିଷ୍କ ବିକୃତି ଘଟି ମାନସିକ ରୋଗୀ ପାଲଟି ଯାଇଥିଲା । ରମାକାନ୍ତ ତାଙ୍କୁ ଭଲ କରିବା ପାଇଁ ଧାର ଉଦ୍ଧାର କରି ଅନେକଥର କଟକ ମେଣ୍ଟାଲ ହସ୍‌ପିଟାଲ ନେଇଥିଲେ ମଧ୍ୟ ସଫଳ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏହି ଖବର ପାଇ ଭଦ୍ରକ ସୋସିଆଲ ସର୍ଭିସ୍ ରମାକାନ୍ତର ଘରେ ପହଞ୍ôଚ ତାଙ୍କ ଅସହାୟ ପରିବାରକୁ କରୋନା ସମୟରେ ସହାୟତା ପ୍ରଦାନ ସହ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରଖିବାର ପ୍ରତିଶ୍ରୁତି ଦେଇଛି । ତେବେ ଜଗନ୍ନାଥଙ୍କ ଭଳି ଜଣେ ମେଧାବୀ ଛାତ୍ରର ସୁସ୍ଥ ହେବା ନେଇ ଜିଲା ପ୍ରଶାସନ ସ୍ଥାନୀୟ ନେତୃମଣ୍ଡଳୀ ଓ ସରକାରଙ୍କ ସହଯୋଗ ରହିଲେ ନିଶ୍ଚିତ ଭାବେ ଆଗାମୀ ଦିନରେ ସେ ସୁସ୍ଥ ଜୀବନ ଯାପନ କରିପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.