Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ

31

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ସରକାର ଗ୍ରାମାଞ୍ଚଳ ରାସ୍ତାଘାଟର ଉନ୍ନତୀ କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ତାହାର ସୁଫଳ ରୁପାୟନ ହେଉନାହିଁ ଗ୍ରାମାଞ୍ଚଳରେ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତାର ବିଶଲକଣା ସ୍ଟ୍ରକଚର ଠାରୁ ବଡ଼ମହିଁଷଗୋଠ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପାଖାପାଖି ୨କି.ମି.ରାସ୍ତା ଉପରେ ନିର୍ଭର କରୁଥିବା ବଡ଼ମହିଁଷଗୋଠ ସମେତ ଅନ୍ୟ ୨/୩ଟି ପଂଚାୟତବାସୀ ଘୋର ଅନୁବିଧାର ସମ୍ମୁଖୀନ ହେଉଛନ୍ତି । ମରାମତି ଅଭାବରୁ ପିଚୁ ସବୁ ଉଠି ଯାଇ ରାସ୍ତାର ବିଭିନ୍ନ ସ୍ଥାନରେ ବଡ ଗର୍ତ୍ତମାନ ସୃଷ୍ଟିହେବା ସହିତ ଖାଲଖମାରେ ପରିପୁର୍ଣ୍ଣ ହୋଇଛି । ଯାହାଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏବେ ବର୍ଷାଋତୁ ଚାଲୁ ଥିବାରୁ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ପାଣି ଜମିବା ସହିତ ଗାଡିମୋଟର ଯିବା ଆସିବା କରିବାରେ ବହୁ ଅସୁବିଧା ହେଉଛି । ଜରୁରୀ କାଳୀନ ପରିସ୍ଥିତରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ,ଦମକଳ ଆଦି ଗାଡି ଯିବା ଆସିବା କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ରାସ୍ତା ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିବାସହ ଏଗ୍ରିମେଣ୍ଟମଧ୍ୟ ସରିଯାଇଛି । ଖୁବ୍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି କହିଥିବା ବେଳେ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ଚଳିତ ମାସ ଶେଷ ଆଡ଼କୁ ଏହାର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.