Home ଜିଲ୍ଲା ପରିକ୍ରମା ୪ ଦିନ ହେଲା ପୋଷ୍ଟ ଅଫିସ୍‌ରେ ଲିଙ୍କ୍ ଫେଲ, ନିରାଶ ହୋଇ ଫେରୁଛନ୍ତି ଗ୍ରାହକ

୪ ଦିନ ହେଲା ପୋଷ୍ଟ ଅଫିସ୍‌ରେ ଲିଙ୍କ୍ ଫେଲ, ନିରାଶ ହୋଇ ଫେରୁଛନ୍ତି ଗ୍ରାହକ

35

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ସବ୍ ପୋଷ୍ଟ ଅଫିସରେ ଲଗାତର ୪ ଦିନରୁ ଉର୍ଦ୍ଧ୍ୱ ହେଲାଣି ଇଣ୍ଟରନେଟ୍ ସେବା ଫେଲ୍। ଲିଙ୍କ ରହୁନଥିବାରୁ ପୋଷ୍ଟ ଅଫିସ୍‌ରେ କୌଣସି କାମ ହୋଇପାରୁନାହିଁ। କର୍ମଚାରୀମାନେ ହାତଟେକି ବସି ରହୁଥିବା ବେଳେ ପ୍ରତିଦିନ ଆସୁଥିବା ଶତାଧିକ ଗ୍ରାହକ ପୋଷ୍ଟ ଅଫିସରେ ଜମା ଠାରୁ ଉଠାଣ ନକରିପାରି ନିରାଶରେ ଫେରୁଛନ୍ତି। ଏମିତିକି ଏହି ସବ୍ ପୋଷ୍ଟ ଅଫିସ୍ ଅଧୀନରେ ୧୯ଟି ବ୍ରାଞ୍ଚ ଅଫିସ୍ ମଧ୍ୟ ରହିଛି। ବ୍ରାଞ୍ଚ ଅଫିସ୍‌ରୁ ଆସୁଥିବା କାର୍ଯ୍ୟ ଓ ଏଜେଣ୍ଟ ମାନେ ଆସୁଥିବା ସେଭିଂ, ଆରଡି, ସୁକନ୍ୟା, ଇନ୍ସ୍ୟୁରାନ୍ସ ଆଦି କୌଣସି କାର୍ଯ୍ୟ ହୋଇପାରୁନାହିଁ। ଦିନେ କି ଦୁଇଦିନ ନୁହେଁ ଲଗାତର ୪ ଦିନ ଏହିଭଳି ଅବସ୍ଥା ଦେଖା ଦେଇଥିବାବେଳେ ଏହାର କୌଣସି ସମାଧାନ ହୋଇପାରୁନାହିଁ। ଅନ୍ୟପଟରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ମଧ୍ୟ ନିରୁପାୟ। ଇଣ୍ଟରନେଟ୍ ନଥିଲେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ମାସେରୁ ଉର୍ଦ୍ଧ୍ୱ ହେବ ବିଏସ୍‌ଏନଏଲ୍ ଫେଲ୍ ଥିବାବେଳେ ଏୟାରଟେଲ୍ ମଧ୍ୟ ଫେଲ୍। ଏନେଇ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛି ହେଲେ କୌଣସି ସମାଧାନ ହୋଇପାରିନାହିଁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.