Home Top News ୪ ଜଣ କୁଖ୍ୟାତ ହାଇୱେ ଲୁଟେରା ଗିରଫ

୪ ଜଣ କୁଖ୍ୟାତ ହାଇୱେ ଲୁଟେରା ଗିରଫ

94

ସମ୍ବଲପୁର,୨୭/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ବୁର୍ଲା ପୋଲିସ ରବିବାର ୪ ଜଣ କୁଖ୍ୟାତ ହାଇୱେ ଲୁଟେରା ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ରାଜପଥରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବୁର୍ଲାର ଗୋଲଗୁଣ୍ଡା ଠାରେ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଏବଂ ଟ୍ରକ୍ ଡ୍ରାଇଭର ଏବଂ  ଯାତ୍ରୀଙ୍କ ଠାରୁ ରାଜପଥ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ଏମାନେ। ୪ ଜଣ ଯାକ ଅଭ୍ୟାସକାରୀ କୁଖ୍ୟାତ ଅପରାଧୀ ବୋଲି ଜଣାପଡିଛି। ବୁର୍ଲା ପୋଲିସ ଥାନା ରେ ଏ ସଂକ୍ରାନ୍ତ ରେ କେସ୍ ନମ୍ବର ୩୯୪ ଆପିସି ଆକ୍ଟ ୩୯୯ / ୪୦୨ ରେ ମାମଲା ରୁଜ୍ଜୁ କରି ସମସ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବୁର୍ଲା ମହତାବ ନଗର ର ଅମିତ କୁର୍ମି (୩୦)  ସୁମିତ କୁର୍ମି (୨୮), ବିଶାଳ କୁମ୍ଭାର (୨୭) ଓ଼ ୱାରୀସ ଖାନ (୨୯)। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ଆଇରନ ରଡ଼, ବାଉଁଶ ଲାଠି, ଛୁରୀ, ଲଙ୍କା ମରିଚ ଗୁଣ୍ଡ , ଗୋଟିଏ ମୋବାଇଲ ଏବଂ ଏକ ଟର୍ଚ୍ଚ ଲାଇଟ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.