Home ଜିଲ୍ଲା ପରିକ୍ରମା ପଦ, ପଦବୀରେ କେବଳ ନିଯୁକ୍ତି ନୁହେଁ, ଯୁବ ଓ଼ ଅଭିଜ୍ଞ ଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ଦଳ...

ପଦ, ପଦବୀରେ କେବଳ ନିଯୁକ୍ତି ନୁହେଁ, ଯୁବ ଓ଼ ଅଭିଜ୍ଞ ଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ଦଳ ସୁପ୍ରିମୋ : ଡ଼.ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ପ୍ରବକ୍ତା

88

ସମ୍ବଲପୁର, ୨୭/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ବିଜୁ ଜନତା ଦଳ ଗତକାଲି ରାଜ୍ୟ ର ୩୦ ଜ଼ିଲ୍ଲା ପାଇଁ ନୁଆଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବାବେଳେ ଏହି ଜ଼ିଲ୍ଲା ଗୁଡିକୁ ୬ ଟି ଜୋନ୍ କରାଯାଇ ଦଳ ର ୬ ଜଣ ବରିଷ୍ଠ ନେତା ଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପୁଣି ଆଜି ବିଜୁ ମହିଳା ଜନତା ଦଳ ସମସ୍ତ ସାଙ୍ଗଠନିକ ଜ଼ିଲ୍ଲା ପାଇଁ ସଭାପତି ଏବଂ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ନବ ନିଯୁକ୍ତ ପର୍ଯ୍ୟବେକ୍ଷକ, ବରିଷ୍ଠ ପର୍ଯ୍ୟବେକ୍ଷକ ଏବଂ ବିଜୁ ମହିଳା ଜନତା ଦଳ ର ସମସ୍ତ କର୍ମକର୍ତ୍ତା ଗଣ ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ଦଳୀୟ ପ୍ରବକ୍ତା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଦଳ ର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ, ଦଳ ର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଦୂରଦ୍ରଷ୍ଟା, ଅଭିଜ୍ଞ ଓ଼ ଅଦ୍ୱିତୀୟ ରାଜନେତା। ତାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ପଦ ପଦବୀ ରେ ଏହା କେବଳ ନିଯୁକ୍ତି ନୁହେଁ ବରଂ ଯୁବ ଓ଼ ଅଭିଜ୍ଞ ମାନଙ୍କ ହାତରେ ଦଳ ର ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ଦଳ ସୁପ୍ରିମୋ। ଯାହା ଆଗାମୀ ଦିନରେ ରାଜ୍ୟ ରେ ଦଳୀୟ ସଙ୍ଗଠନ କୁ ଆହୁରି ସୁଦୃଢ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.