Home କେନ୍ଦୁଝର ୪୧ନଂ ପାଣି ପଞ୍ଚାୟତ ନିର୍ବାଚନ କେବେ

୪୧ନଂ ପାଣି ପଞ୍ଚାୟତ ନିର୍ବାଚନ କେବେ

21

ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ବୈତରଣୀ ଡିଭିଜନର ବିଦ୍ୟାଧରପୁର ଉପଖଣ୍ଡ ୧ନଂ ଅଧିନରେ ଥିବା ମନୋହରପୁର ଡିଷ୍ଟ୍ରିବୁଟାରୀ ଅଧିନ ୪୧ନଂ ପାଣି ପଞ୍ଚାୟତର ନିର୍ବାଚନ ହୋଇନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଉପଖଣ୍ଡ ଅଧିନରେ ଥିବା ଅନ୍ୟ ପାଣିିପଞ୍ଚାୟତର ନିର୍ବାଚନ ସରିଥିବାବେଳେ ଏହି ପାଣିପଞ୍ଚାୟତର କାର୍ଯ୍ୟକାଳ ସରିଥିଲେବି ବିଭାଗୀୟ ଅଧିକାରୀଙ୍କଖାମଖିଆଲି ମନୋଭାବ ଯୋଗୁଁ ଏହା ହୋଇପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଜୈନିକ ପୁର୍ବତନ କର୍ମକତ୍ତା ପାଣିପଞ୍ଚାୟତର ଭୋଟରଲିଷ୍ଟକୁ ଲୁଚାଇ ଦେଇଥିବାରୁ ନିର୍ବାଚନ ହୋଇପାରୁ ନଥିବା ଚାଷୀମାନେ ଆଲୋଚନା କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ସେ ତୁରନ୍ତ ନିର୍ବାଚନ ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.