Home କେନ୍ଦୁଝର ଗୃହରକ୍ଷୀଙ୍କୁ ମାଡ, ଥାନାରେ ଅଭିଯୋଗ

ଗୃହରକ୍ଷୀଙ୍କୁ ମାଡ, ଥାନାରେ ଅଭିଯୋଗ

33

ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଣେ କାର୍ଯ୍ୟରତ ଗୃହରକ୍ଷୀଙ୍କୁ ମାଡ ହୋଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ୨୬/୬/୨୦୨୧ରେ ପାରିବାରିକ କଳହକୁ ତୁଟାଇବାକୁ ଯାଇ ଜଣେ ବ୍ୟକ୍ତି ଆକ୍ରମଣର ଶୀକାର ହେବାପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁନେଇ କାଳେ ଗାଁରେ କୌଣସି ସାଂପ୍ରଦାୟିକ ଦଙ୍ଗା ହେବ ସେହି ଆଶଙ୍କାରେ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇ ଗାଁରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏପରିକି ଆକ୍ରମଣକାରୀଙ୍କ ପରିବାର ଲୋକେ ଘରଛାଡି ଅନ୍ୟତ୍ର ରହୁଥିବାବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରିସ୍ଥିତି ଶାନ୍ତ ପଡିବାପରେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ ଦୁଇଜଣ ଗୃହରକ୍ଷୀଙ୍କୁ ସେଠାରେ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୧ତାରିଖ ଦିନ ମୃତକଙ୍କ କିଛି ସମ୍ପର୍କୀୟ ବ୍ୟକ୍ତି ଅଭିଯୁକ୍ତ ମାନଙ୍କ ଘର ଭାଙ୍ଗି ଭିତରେ ପସିବା ଦେଖି କାଯ୍ୟରତ ଗୃହରକ୍ଷୀ ମଦନ ଯେନା ଏହାକୁ ବାରଣ କରିଥିଲେ । ଫଳରେ ସେହି ବ୍ୟକ୍ତିମାନେ ଗୃହରକ୍ଷୀ ମଦନ ଯେନା ଙ୍କୁ ଜାତିଆଣ ଆକ୍ଷେପ କରିବା ସହ ତାଙ୍କୁ ଠେଲାପେଲା କରିଥିଲେ । ଏନେଇ ଗୃହରକ୍ଷୀ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ଥାନା କେସନଂ ୧୧୨/୨୧ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ମଦନ ଅଭିଯୋଗ କରିଛନ୍ତି । ପୁଲିସ ଯଦି କୌଣସି ପଦକ୍ଷେପ ନନିଏ ତେବେ ଗୃହରକ୍ଷୀ ସଂଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.