Home ଓଡ଼ିଶା ୪୦୦ ଆଦିବାସୀ ମହିଳାଚାଷୀଙ୍କୁ ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଖମ୍ବଆଳୁ ବିହନ ବାଟିଂଲେ

୪୦୦ ଆଦିବାସୀ ମହିଳାଚାଷୀଙ୍କୁ ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଖମ୍ବଆଳୁ ବିହନ ବାଟିଂଲେ

102

ମାଲକାନଗିରି,୨୫ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ୨୫ରୁ ଉର୍ଦ୍ଦ ଗ୍ରାମରେ ଖମ୍ବଆଳୁ ଚାଷପ୍ରତି ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଗୁରୁତ୍ୱ ଦେଇ ଆଦିବାସୀ ମହିଳା ଚାଷୀଙ୍କୁ ତାଲିମପ୍ରଦାନ କରିଛି ।ଚଳିତ ଖରିଫ ରୁତୁରେ ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଓ ଏ.ଡବ୍ଲୁ.ଓ ଇଟଂରନେସନାଲ ଜର୍ମାନୀ ସହାୟତାରେ କେବଳ ଖଇରପୁଟ ବ୍ଲକରେ ୪୦୦ମହିଳା ଛାଷୀଙ୍କୁ ଖମ୍ବ ଆଳୁ ଗୁଡିକୁ ଜୈବିକ ପଦ୍ଧତିରେ ବିଶୋଧନ କରି ମାଗଣାରେ ସେମାନଙ୍କୁ ଦିଆଯାଇଛି । ଏହି ମହିଳା ମାନେ ନିଜ ନିଜ ବାଡି ବଗିଚାରେ ଖମ୍ବଆଳୁ ଚାଷ କରି ସ୍ୱାବଲମ୍ବି ହେବାସହ ରୋଜଗାର କରିବା ପାଇଁ ସଂସ୍ଥାପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ମହିଳାମାନେ ପରିଶ୍ରମି ସେମାନେ ନିଜ ନିଜ ଜମିରେ ଉନ୍ନତ ମାନର ମାଣ୍ଡିଆ,ଖମ୍ବଆଳୁ ସହ ପନିପରିବା ଚାଷ କରି ଉତ୍ପାଦନ କରୁଥିବାରୁ ମହିଳା ଚାଷୀଙ୍କୁ ମାଣ୍ଡିଆ, ପନିପରିବା ଚାଷକରିବା ପାଇଁ ତାଲିମ ଦିଆଯାଇ ସେମାନଙ୍କୁ ବିଶୋଧିତ ବିହନ ଯୋଗାଇ ଦିଆଯାଉଛି ବୋଲି ମାଧ୍ୟମ ଫାଉଣ୍ଡେସନ ସଂସ୍ଥାର ସୋଭାଗ୍ୟ ମିଶ୍ର ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.