Home ଜିଲ୍ଲା ପରିକ୍ରମା ୪ରାଜ୍ୟ ସୀମାନ୍ତ ମୋଟୁ ଚେକପୋଷ୍ଟ ରେ ପ୍ରବାସୀ ଶ୍ରମିକ ମାନଙ୍କ ଭିଡ,କରୋନା ର ମୁକାବିଲା ପାଇଁ...

୪ରାଜ୍ୟ ସୀମାନ୍ତ ମୋଟୁ ଚେକପୋଷ୍ଟ ରେ ପ୍ରବାସୀ ଶ୍ରମିକ ମାନଙ୍କ ଭିଡ,କରୋନା ର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା

78

ମାଲକାନଗିରି,୨୮ା୪ (ଓଡିଆ ପୁଅ) ମହା ମାରି କରୋନା ସଂକ୍ରମଣ ବ୍ୟାପିବାକୁ ଲାଗିଥିବାରୁ ଘରବାହୁଡା ହେଉଛନ୍ତି ପ୍ରବାସୀ ଶ୍ରମିକ ମାନେ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ କରିଦିଆଯାଇଥିବାରୁ ପ୍ରବାସୀ ଶ୍ରମିକ ମାନେ ବହୁତ ହଇରାଣ ହେଉଛନ୍ତି , ସେମାନେ କେମିତି ନିଜ ନିଜ ଘରକୁ ଫେରିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି ,ଶ୍ରମିକ ମାନେ ଭଡା କରି ଆସୁଥିବା ଛୋଟ ଗାଡି କିମ୍ବା ବସ ମାଲିକ ମାନେ ତିନିଡବଲ ଭଡାନେଇ ଏହି ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି ।ଏବେ ୪ଟି ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲା ମୋଟୁ ଚେକପୋଷ୍ଟ ଠାରେ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଲେଉଟାଣି ହୋଇଛି ଭୟଙ୍କର,ପୁବ ର୍ବର୍ଷ ଅପେକ୍ଷା ଚଳତ ବର୍ଷ ଏହା ର ସଂକ୍ରମଣ ବହୁମାତ୍ରାରେ ବଢିଯାଇଛି । କରୋନା ସଂକ୍ରମଣ ଭୟରେ ଚାକିରି ବାକିରି ଛାଡି ନିଜ ଜୀବନକୁ ବଚାଂଇବା ପାଇଁ ଗତ ବର୍ଷ ଭଳି ପ୍ରବାସୀ ଶ୍ରମିକ ମାନେ ସୀମାନ୍ତ ମୋଟୁ ଚେକପୋଷ୍ଟ ଦେଇ ଘରବାହୁଡା ହେବାକୁ ଲାଗିଲେଣି । କରୋନା କଟକଣା କୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଘରବାହୁଡା ଶ୍ରମିକ ମାନଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି ।
କରୋନା ମହାମାରିର ସଂକ୍ରମଣ ସଂପର୍କରେ ସବିଶେଷ ସୁଚନା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଦିନ ସଂନ୍ଦ୍ୟା ୫ ଟାରେ ଗଣମାଧ୍ୟମକୁ ଦିଆଯାଉଛି । ଜିଲ୍ଲାପାଳ ଡ.ୟେଦୁଲା ବୀଜୟ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ କ୍ରମାନୁସାରେ ପ୍ରତିଦିନ ଉପସ୍ଥିତ ରହି ଜିଲ୍ଲାର କୋଭିଡ ଅପଟୁଡେଟ ସଂପର୍କରେ ସୁଚନା ଦେଉଛନ୍ତି ।ଆନ୍ଦ୍ର ପ୍ରଦେଶ, ଛତିଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଚେକପୋଷ୍ଟ ପ୍ରବେଶ ପଥ ଦେଇ ୨୮ତାରିଖ ସୁଦ୍ଧା ୭୪୯୬ ଜଣ ପ୍ରବାସୀ ଶ୍ରମିକ ଘରବାହୁଡା ହେଲେଣି, ଏମାନଙ୍କ ମଧ୍ୟରୁ ୪୨୦୮ଜଣ ମାଲକାନଗିରି ଜିଲ୍ଲାର ଥିବା ବଳେ ୨୭୫୧ ଜଣ ଅନ୍ୟାନ ଜିଲ୍ଲା ର ଓ ୫୩୭ ଜଣ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକ ଫେରିଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର,କ୍ୱାରେଟାଂଇନ ଗୃହର ବ୍ୟବସ୍ଥା କରାଯାଇଛି ,୨୭ ତାରିଖ ସୁଦ୍ଧା ମାଲକାନଗିରି ପୌରପରିଷଦ ଅଚଂଳରେ ୩୫,ବାଲିମେଳା ଏନଏସି ଅଚଂଳରେ ୮,ମାଲକାନଗିରି ିବ୍ଲକରେ ୧୬,ମାଥିଲି ବ୍ଲକରେ ୨୧,ଖଇରପୁଟ ବ୍ଲକରେ ୨୦,ଚିତ୍ରକୋଣ୍ଡା ବ୍ଲକରେ ୮,କୋରକୁଣ୍ଡା ବ୍ଲକରେ ୯,କୋଲିମେଳା ବ୍ଲକରେ ୩୯,ପଡିଆ ବ୍ଲକରେ ୧୦ଜଣ ଲେଖା କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ବିଭିନ୍ନ ସହର ଜନଗହଳି ସ୍ଥାନମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟବିଭାଗ ଟିମ ଦ୍ୱାରା କୋଭିଡ ପରୀକ୍ଷା କରାଯାଉଛି । ମାଲକାନଗିରି ପୌରପରିଷଦ ସହ ସାତଟି ବ୍ଲକପାଇଁ କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ୨୪ଘଟିଂଆ ସ୍ୱତନ୍ତ୍ର ଭାବେ ୮ଟି ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି,
ବାହାର ରାଜ୍ୟ ରୁ ଆସୁଥିବା ବ୍ୟକ୍ତିମାନଙ୍କର ୭୨ଘଟାଂମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଟିକାନେବାର ସାର୍ଟିଫେକଟ ଦେଖାଯାଇ ସୋମାନଙ୍କୁ ଜିଲ୍ଲାଭିତରକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉଛି । ଯାହାର ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଯାଉଛି ସେବ୍ୟକ୍ତି ମାନଙ୍କୁ ଗୃହସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ବା ସିଏଲଟିଏମସି ରେ ରଖିବା ନିମନ୍ତେ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସପ୍ତାହାନ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍ ସହ ନାଇଟକର୍ଫ୍ୟୁ ଜାରି କରାଯାଇଛି । ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ସେତୁ ବୋର୍ଡର ଚେକ ପୋଷ୍ଟ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି ,ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କରା ଯାଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରେ ରଖି ଡାକ୍ତରୀ ପରୀକ୍ଷା ଓ ଥର୍ମାଲ ସ୍କ୍ରୀନିଂ କରାଯାଉଛି , କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଚାରୋଟି ରାଜ୍ୟ ସୀମାନ୍ତ ମୋଟୁ କାଲେରୁ ବ୍ରୀଜ ଓ ମୋଟୁ ସିଲେରୁ ନଦୀ ନଦୀଘାଟ ରେ ଚେକପୋଷ୍ଟ କରାଯାଇ ଆନ୍ତରାଜ୍ୟ ବସ ଓ ଯାନବାହନ ଚଳାଚଳ ଉପରେ ରୋକ ଲଗାଇଦିଆ ଯାଇଛି । କୋଭିଡ ନିୟମ ମାନିବା ସହିତ ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପାଇଁ ୨୪ଘଟିଂଆ କଂଟ୍ରୋଲ ରୁମ ଖୋଲାଯାଇଛି । କୋଭିଡ ନିୟମକୁ କଡା କଡି କରି ମାସ୍କ ପରିଧାନ, ସମାଜିକ ଦୂରତା ଅବଲମ୍ବନ କରିବା ଓ କୌଣସି ସ୍ଥାନରେ ଭିଡ ନକରିବା ପାଇଁ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୁଚନା ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.