Home ଜିଲ୍ଲା ପରିକ୍ରମା ଅଟୋ ଚାଳକଙ୍କ ଯାତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ସଂଘରେ ବିବାଦ

ଅଟୋ ଚାଳକଙ୍କ ଯାତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ସଂଘରେ ବିବାଦ

32

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପରି ଏକ ସମ୍ବେଦନଶୀଳ ସହର ଭିତରେ ପ୍ରଶାସନ, ସରକାର ଓ ନିର୍ବାଚିତ ପ୍ରତିନିଧିମାନେ ଭାଇଚାରା ସଂପର୍କ ସୁରକ୍ଷା ପାଇଁ ସବୁ ସମୟରେ ଯତ୍ନବାନ ଥିବା ବେଳେ ସହରର ମୁଖ୍ୟକେନ୍ଦ୍ର ବନ୍ତଛକ ଠାରେ ଆଜକୁ ବହୁ ବର୍ଷ ଧରି ପରିବହନ ସେବା ଯୋଗାଇ ଜୀବନ ଜୀବିକା ନିର୍ବାହ କରୁଥିବା ଅଟୋ ମାଲିକ ସଂଘର କର୍ମକର୍ତ୍ତାମାନେ ଜାତି ଧର୍ମ ନିର୍ବିଶେଷରେ ବିଭିନ୍ନ ସମ୍ପ୍ରଦାୟର ଅଟୋ ମାଲିକମାନଙ୍କୁ ନେଇ ଏକ ଅଟୋ ମାଲିକ ମହାସଂଘ ଗଠନ କରି ଉକ୍ତ ସଂଘକୁ ୨୦୧୫ରେ ପଞ୍ଜିକରଣ କରାଯାଇଛି । ଯାହାର ପଞ୍ଜିକରଣ ସଂଖ୍ୟା ୨୪୪୫/୫୧/୨୦୧୫ । ଇତ୍ୟବସରରେ ଉକ୍ତ ବନ୍ତ ଛକରେ କେତେକ ଅଟୋ ଚାଳକ ଏକ ସଂଘ ଗଠନ କରି ସାଧାରଣ ଲୋକଙ୍କୁ ପରିବହନ ସେବା ଯୋଗାଇବା ଆଳରେ ବିଭିନ୍ନ ସମୟରେ ଯାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ଅଟୋ ମାଲିକ ସଂଘ ବିରୋଧ କରିବା ସହ ତୀବ୍ର ପ୍ରତିବାଦ କରିଛି । ଯାତ୍ରୀଙ୍କୁ ହଇରାଣ କରୁଥିବା, ଅଶାଳୀନ ବ୍ୟବହାର କରୁଥିବା ଅଟୋ ଚାଳକ ମାନଙ୍କ ବିରୁଦ୍ଧରେ ଟାଉନ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି । ଟାଉନ ପୁଲିସ ବନ୍ତ ଛକରେ ଅଟୋ ରଖିବାକୁ ବାରଣ କରିବା ପରେ ଚାଳକ ସଂଘ ଓ ମାଲିକ ମହାସଂଘ ମଧ୍ୟରେ ବିବାଦ ଅଧିକ ଘନୀଭୁତ ହୋଇଛି । ଚାଳକ ସଂଘର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଚାଳକମାନେ ମାଲିକ ମହାସଂଘ ପକ୍ଷରୁ ପରିବହନ ସେବା ଯୋଗାଇବାକୁ ବିରୋଧ କରିବାରୁ ମାଲିକ ମହାସଂଘ ପକ୍ଷରୁ ବ୍ରଜକିଶୋର ସାହୁ, ମଙ୍ଗରାଜ ମଲିକ, ପ୍ରଶାନ୍ତ କୁମାର ପୃଷ୍ଟି, ଜୟନ୍ତ କୁମାର ପରିଡ଼ା, ଶରତ ଜେନା, ଦିଲିପ କୁମାର ନାୟକ ପ୍ରମୁଖ ମହାସଂଘକୁ ବିରୋଧ କରୁଥିବା ଚାଳକ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.