Home ଓଡ଼ିଶା ୩ ଡକାୟତ ଗିରଫ, ପିସ୍ତଲ, ମୋବାଇଲ ଓ ଟଙ୍କା ଜବତ

୩ ଡକାୟତ ଗିରଫ, ପିସ୍ତଲ, ମୋବାଇଲ ଓ ଟଙ୍କା ଜବତ

63

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୁଲିସ ଗତକାଲି ରାତ୍ରରେ ୩ ଡକାୟତଙ୍କୁ ଗିରଫ କରିଛି। ଗତ ଗୁରୁବାର ରାତ୍ରରେ ଅଟୋ ଚାଳକ ଠାରୁ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟରେ ଡକାୟତି ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଥିଲେ। ଆଠଦିନ ପୂର୍ବରୁ ପାଣିକୋଇଲି ଅଞ୍ଚଳର ଅଟୋ ଚାଳକ ତପନ ଦଳେଇଙ୍କ ଠାରୁ ଡକାୟତି କରିଥିବା ଅଭିଯୋଗରେ ୪୦୬/୨୨ନଂ ମାମଲା ଋଜୁ ହୋଇଥିଲା। ପୁନର୍ବାର ଡକାୟତମାନେ ଗୁରୁବାର ଅଟୋ ଚାଳକ ଠାରୁ ଡକାୟତି ଉଦ୍ୟମ କରୁଥିବା ବେଳେ ସୂଚନା ପାଇ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଗିରଫ ଡକାୟତମାନେ ହେଲେ ଧାମନଗର ଥାନା ହବିବନଗର ଓ ମୁନସିପାଟଣା ଗ୍ରାମର ଶେଖ ସଇଫୁଦ୍ଦିନ, ଶେଖ ସଲିମୁଦ୍ଦିନ ଓ ଶେଖ ନାମକୁଲ୍ଲା। ସେମାନଙ୍କ ବୟସ ୧୮ ରୁ ୨୦ ବର୍ଷ ମଧ୍ୟରେ ଅଟେ। ଗିରଫ ଡକାୟତମାନଙ୍କ ଠାରୁ ଗୋଟିଏ ପିସ୍ତଲ, ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଜବତ ହୋଇଛି। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.