Home ଓଡ଼ିଶା ୩ ଜୁଲାଇ, ୨୦୧୯ ରୁ ୬ ମାସ ଲାଗି ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର...

୩ ଜୁଲାଇ, ୨୦୧୯ ରୁ ୬ ମାସ ଲାଗି ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

700

– ଆଗାମୀ ସଂସଦ ଅଧିବେଶନରେ ଆସିବ ସଂକଳ୍ପ

୧୨ ଜୁନ୍ (ଓଡ଼ିଆ ପୁଅ/ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ରାଜ୍ୟରେ ବର୍ତମାନର ସ୍ଥିତିକୁ ଦେଖି ୩ ଜୁଲାଇ, ୨୦୧୯ଠାରୁ ପରବର୍ତ୍ତୀ ୬ ମାସ ପର୍ଯ୍ୟସ୍ତ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମ୍ବିଧାନର ଧାରା ୩୫୬(୪) ଅଧୀନରେ ଏହି ନିଷ୍ପତି ନିଆଯାଇଛି।

ପ୍ରଭାବ :

ଏହି ନିଷ୍ପତି ପଳରେ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ଆହୁରି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ୩ ଜୁଲାଇ, ୨୦୧୯ ପରଠାରୁ ଲାଗୁ ହେବ।

ବର୍ତମାନ ରାଜ୍ୟରେ ଜାରି ରହିଥିବା ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ୨ ଜୁଲାଇ, ୨୦୧୯ରେ ଶେଷ ହେଉଛି। ତେବେ ୩ ଜୁଲାଇ, ୨୦୧୯ ଠାରୁ ଆହୁରି ୬ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି କରିବା ଲାଗି ରାଜ୍ୟପାଳ ସୁପାରିସ କରିଥିଲେ।

ପରିଣାମ :

ସଂସଦର ଆଗାମୀ ଅଧିବେଶନରେ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ଲାଗି ଉଭୟ ସଦନରେ ଏକ ସଂକଳ୍ପ ଅଣାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.