Home ଓଡ଼ିଶା ଗଞ୍ଜାମ ଜିଲ୍ଲାରେ ଟି.ଡି.ଟୀକା ପ୍ରଦାନ ଆରମ୍ଭ

ଗଞ୍ଜାମ ଜିଲ୍ଲାରେ ଟି.ଡି.ଟୀକା ପ୍ରଦାନ ଆରମ୍ଭ

358

ବ୍ରହ୍ମପୁର: ୧୨ ଜୁନ୍ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲାରେ ଟିଡି (ଟିଟାନସ୍‌ଏବଂ ଆଡଲଟ୍‌ଡିପ୍‌ଥେରିଆ) ଟିକାର ବ୍ୟବହାର ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ପରିସରରେ ଥିବା ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରଠାରେ ଆଜି ସକାଳେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ର୍ରାହୀ ଏହାକୁ ଆରମ୍ଭ କରିଛନ୍ତି। ପୂର୍ବରୁ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଟିଟାନସ୍‌ଟକ୍ସିଡ୍‌(ଟିଟି) ଟିକା ଦିଆଯାଉଥିଲା। କିନ୍ତୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାଶନାଲ୍‌ଟେକ୍‌ନିକାଲ୍‌ଆଡଭାଇଜରି ଗ୍ରୁପ୍‌ଅନ୍‌ଇମ୍ୟୁନାଇଜେଶନ୍‌(ଏନ୍‌ଟିଏଜିଆଇ)ର ତରଫରୁ ଟିଟି ବଦଳରେ ଟିଡି ଟିକାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗର୍ଭବତୀଙ୍କୁ ୩ ଟି ପର୍ଯ୍ୟାୟ ଯଥା ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥାରେ, ଏହାର ଚାରି ସପ୍ତାହ ପରେ ଏବଂ ଯଦି ପୂର୍ବ ଗର୍ଭଧାରଣର ତିନି ବର୍ଷ ପରେ ପୁଣି ଗର୍ଭଧାରଣ କରନ୍ତି ତେବେ ଟିଡି ଟିକା ଦିଆଯିବ।

ସେହିଭଳି ୧୦ବର୍ଷ ଏବଂ ୧୬ ବର୍ଷରେ ପିଲାମାନଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯିବ। ଗଞ୍ଜାମ ଜିଲାରେ ପ୍ରାୟ ୫୯ହଜାର ୩୬୮ ଗର୍ଭବତୀ, ୫୮ହଜାର ୩୪୨ଜଣ ୧୦ବର୍ଷୀୟ ଶିଶୁ ଏବଂ ୫୯ହଜାର ୫୦୩ ଜଣ ୧୬ବର୍ଷ ବୟସ୍କ ଏପରି ମୋଟ ୧ ଲକ୍ଷ ୭୭ହଜାର ୨୧୩ ଜଣଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.