Home ଓଡ଼ିଶା ୩୭୦ ଉଚ୍ଛେଦ ପରେ କଶ୍ମୀର ଘାଟିରେ ପ୍ରଥମ ଏନକାଉଣ୍ଟର

୩୭୦ ଉଚ୍ଛେଦ ପରେ କଶ୍ମୀର ଘାଟିରେ ପ୍ରଥମ ଏନକାଉଣ୍ଟର

918

କଶ୍ମୀର,୨୧/୦୮,(ଓଡ଼ିଆ ପୁଅ /ପି ନାଏକ): ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବଳ । ବାରାମୁଳାରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ସହ ଜଣେ ସ୍ପେଶାଲ ପୋଲିସ୍‌ ଅଫିସର ସହିଦ୍‌ ହେବା ସହ ଜଣେ ଏସଆଇ ଗୁରୁତର ହୋଇଛନ୍ତି ।

ସହିଦ୍‌ ପୋଲିସ୍‌କର୍ମୀଙ୍କ ନାଁ ହେଉଛି ବିଲାଲ୍‌ । ଗୁୁରୁତର ଅମରଦୀପ ପରିହାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମୃତ ଆତଙ୍କବାଦୀର ପରିଚୟ ଏଯାଏ ମିିଳିପାରିନାହିଁ । ମଙ୍ଗଳବାର ସଂଧ୍ୟାରେ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ପ୍ରାୟ ବିଳମ୍ବିତ ରାତି ଯାଏ ଚାଲିଥିଲା । ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ ହୋଇଛି । ଆଜି ସକାଳ ପ୍ରାୟ ୫.୩୦ ବେଳକୁ ଜମ୍ମୁ କଶ୍ମୀର ପୋଲିସ୍‌ ଘଟଣା ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.