Home ଆନ୍ତର୍ଜାତୀୟ ମାତାପିତା ହେବେ ଏହି ସମଲିଙ୍ଗୀ କ୍ରିକେଟର

ମାତାପିତା ହେବେ ଏହି ସମଲିଙ୍ଗୀ କ୍ରିକେଟର

364

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ/ ପି ନାୟକ): ନ୍ୟୁଜଲାଣ୍ଡର ସମଲିଙ୍ଗୀ କ୍ରିକେଟର ଆମି ସାଟର୍ଥୱେଟ୍ ଏବଂ ତାଙ୍କ ପତ୍ନୀ ଲିଆ ତାହ୍ହୁ ଖୁବ୍ ଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି। ଏହିକାରଣରୁ ସାଟର୍ଥୱେଟ୍ ଆସନ୍ତା କିଛି ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ। କିନ୍ତୁ ଛୁଟିରେ ରହିବା ପରେ ମଧ୍ୟ ନ୍ୟୁଜଲାଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ତାଙ୍କ ପାଉଣା ପ୍ରଦାନ କରିବ। ସାଟର୍ଥସ୍ବେଟ୍ ୨୦୧୧ ବିଶ୍ବକପ ସମୟରେ ନ୍ୟୁଜଲାଣ୍ଡ ଦଳକୁ ଫେରିବେ। ୨୦୧୭ ମସିହାରେ ଏହି ସମଲିଙ୍ଗୀ କ୍ରିକେଟର ବିବାହ କରିଥିଲେ।

ରିପୋର୍ଟ ଅନୁଯାୟୀ ଏବେ ତାହ୍ହୁ କୃତିମ ଗର୍ଭଧାରଣ ପଦ୍ଧତିରେ ଗର୍ଭବତୀ ହୋଇଛନ୍ତି। ଏନେଇ ନ୍ୟୁଜଲାଣ୍ଡ କ୍ରିକେଟର ଦଳ ମଧ୍ୟ ଖୁସି ଜାହିର କରିଛନ୍ତି। ୨୮ ବର୍ଷିୟା ତାହ୍ହୁ ୪୮ ଟି ଦିନିକିଆ ଏବଂ ୨୮ ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ସେହିଭଳି ୩୨ ବର୍ଷିୟା ସଟର୍ଥୱେଟ୍ ୧୦୧ଟି ଦିନିକିଆ ଏବଂ ୭୫ଟି ଟ୍ବେଣ୍ଟି-୨୦ ମ୍ୟାଚରେ ନ୍ୟୁଜଲାଣ୍ଡରେ ପ୍ରତିନିଧିତ୍ବ କରିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ସଂପ୍ରତି ନ୍ୟୁଜଲାଣ୍ଡ ମହିଳା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.