Home ଜିଲ୍ଲା ପରିକ୍ରମା ୩୫୦୦ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଙ୍କୁ ହୋମିଓପାଥିକ ଔଷଧ ବଂଟନ

୩୫୦୦ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଙ୍କୁ ହୋମିଓପାଥିକ ଔଷଧ ବଂଟନ

95

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଡୟ ପଟ୍ଟନାୟକ) -ଶ୍ରୀମନ୍ଦିର ସେବାୟତ ମାନଙ୍କ ପାଇଁ କରୋନା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପାଥିକ ଔଷଧ ବଂଟନ ର ତୃତୀୟ ପର୍ଯ୍ୟାୟର ଅନ୍ତିମ ଦିବସ ସୁଧା ମୋଟ ୩୫୦୦ ସେବାୟତ ଓ ତାଙ୍କର ପରିବାର ସଦସ୍ୟ ଙ୍କୁ ଆୟୁସ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଆଂଚଳିକ ହୋମିଓପାଥିକ ଗବେଷଣା ସଂସ୍ଥାନ ପକ୍ଷରୁ ଏହି ଔଷଧ ନିଶୁଳ୍କ ଭାବରେ ଯୋଗାଇଦିଆଯାଇଛି। ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ଶ୍ରୀମନ୍ଦିର ଉନୟନ ପ୍ରଶାସକ ଅଜୟ କୁମାର ଜେନା କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ସଚେତନ ର ବାର୍ତ୍ତା ଦେଇଥିଲେ ଓ ଯୋଗାଇ ଦିଆଯାଇଥିବା ସେବା ପାଇଁ ଗବେଷଣା ସଂସ୍ଥାନ ର ଅଧିକାରୀ ଡାକ୍ତର ଆରତୀ ସୋରେନ ଓ ତାଙ୍କ ସହଯୋଗୀ ମାନଙ୍କୁ କୃତଞତା ଜଣାଇଥିଲେ। ଶ୍ରୀମନ୍ଦିର ଲୋକ ସମ୍ପର୍କ ଉପଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଜୁନ ଏବଂ ଜୁଲାଇ ମାସରେ ମଧ୍ୟ ଏହିଭଳି ଶିବିର ଆୟୋଜନ କରାଯାଇ ଏହି ଔଷଧ ପ୍ରାୟ ୧୨୦୦ ସେବାୟତ ପରିବାର ଙ୍କୁ ନିଶୁଳ୍କ ବିତରଣ କରାଯାଇଥିଲା। ଆଂଚଳିକ ହୋମିଓପାଥିକ ଗବେଷଣା ସଂସ୍ଥାନ ର ଗବେଷଣା ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଚିକିତ୍ସାଳୟ ର ହୋମିଓପାଥିକ ଚିକିତ୍ସାଧିକାରୀ ଡାକ୍ତର ପଂଚାନ ନ ପ୍ରଧାନ ମିଳିତ ଭାବେ ଶିବିର କୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.