Home ଜିଲ୍ଲା ପରିକ୍ରମା ପୁରୀ ସହର ଓ ଅନ୍ୟାନ୍ୟ ସ୍ଥାନରେ ସାମାଜିକ ଦୂରତା ରହୁନାହିଁ

ପୁରୀ ସହର ଓ ଅନ୍ୟାନ୍ୟ ସ୍ଥାନରେ ସାମାଜିକ ଦୂରତା ରହୁନାହିଁ

91

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଡୟ ପଟ୍ଟନାୟକ) -ବର୍ତମାନ କରୋନା ମହାମାରୀ ପାଇଁ ସହର ଓ ଜିଲା ର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଲକଡାଉନ ଜାରି କରାଯାଇଥିଲେ ସୁଧା କିଛି ଅମାନିଆ ଏହାକୁ ମାନୁ ନଥିବା ଦେଖାଯାଏ। ସକାଳ ୫ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଅତି ହାଲୁକା ଭାବେ ନେଉଥିବା ଅଭିଯୋଗ ହେଉଛି। ବିଭିନ୍ନ ଦୋକାନ ବଜାର ଗୁଡିକରେ ଗ୍ରାହକ ମାନେ ସାମାଜିକ ଦୂରତା ନରଖିବା ସହ ମାସ୍କ ମଧ୍ୟ ପିନ୍ଧୁନଥିବା ଅଭିଯୋଗ ହେଉଛି। ବିଶେଷ କରି ଜଳଖିଆ ଦୋକାନ, ଫାଷ୍ଟଫୁଡ୍ ଓ ଠେଲା ଗାଡି ଗୁଡିକ ନିକଟରେ ଖାଉଟି ମାନଙ୍କୁ ପାର୍ସଲ ଯୋଗେ ଖାଦ୍ୟ ପଦାର୍ଥ ଦେବା ପାଇଁ ନିୟମ ରହିଥିଲେ ମଧ୍ୟ ଏହାକୁ ଅମାନ୍ୟ କରି ଦୋକାନୀ ମାନେ ସେମାନଙ୍କ ଦୋକାନ ସମ୍ମୁଖରେ ଖାଉଟି ମାନଙ୍କୁ ଛିଡା କରାଇ ଖାଦ୍ୟ ଦେଉଥିବା ଅଭିଯୋଗ ହେଉଛି। ବିନା ମାସ୍କ ନୋ ଫୁଡ୍ ଲେଖିବା ପାଇଁ ସରକାର ଙ୍କ ତରଫରୁ ନିୟମ କରାଯାଇଥିଲେ ମଧ୍ୟ କୌଣସି ଫାଷ୍ଟଫୁଡ ଦୋକାନୀ, ଠେଲାଗାଡି, ପରିବା ଦୋକାନୀ ମାନେ ସେମାନଙ୍କ ଦୋକାନ ସମ୍ମୁଖରେ ଏହା ଲେଖିନଥିବା ମଧ୍ୟ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ର ପୂର୍ବରୁ ଯେପରି ତତ୍ପରତା ପ୍ରକାଶ ପାଉଥିଲା ଏବେ ସେ ପ୍ରକାର ତତ୍ପରତା ଦେଖାଯାନଥିବା ମଧ୍ୟ ଦେଖାଯାଉଛି। ସହରରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଓାର୍ଡ ରେ ମଧ୍ୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିଲେ ମଧ୍ୟ ବିଭିନ୍ନ ଅଂଚଳର ବାସିନ୍ଦା ଓ ପୌରପ୍ରଶାସନ ଏଦିଗରେ ସଚେତନତା ହେଉନଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏଦିଗରେ ଅନୁସନ୍ଧାନ କରି ଆଇନ କୁ ଉଲଂଘନ କରୁଥିବା ବ୍ୟବସାୟୀ ମାନଙ୍କ ବିରୁଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.