Home କେନ୍ଦୁଝର ୩୪ନଂ ଜୋନରେ ବିଜେଡି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ (ଫଟୋ)

୩୪ନଂ ଜୋନରେ ବିଜେଡି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ (ଫଟୋ)

63

ହାଟଡ଼ିହି, ୨୪ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୪ନଂ ଜିଲ୍ଲାପରିଷଦ ଜୋନରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜୋନର ସୋସୋ, ବାଲିବରେଇ, ପଢ଼ିଆରିପଲ୍ଲୀ, କେ. ବାଲିପାଳ, ଧନୁର୍ଜୟପୁର, ବାଙ୍ଗୋର ଓ ହଦଗଡ ଆଦି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲି ବରେଇ ପଞ୍ଚାୟତରେ ସରପଞ୍ଚ ପ୍ରତିଭା ନାୟକ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ପଞ୍ଚାୟତ ବିଜେଡି ସଭାପତି ଶତୃଘ୍ନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ଠାରୁ କିପରି ଦୁରେଇ ରହିବା ସେନେଇ ସଚେତନ କରାଇଥିଲେ । ଏଥିରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେଡି ନେତା ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସରପଞ୍ଚ ନିରୁପମା ପାତ୍ର, ସମାଜସେବୀ ରାଜେନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଲୋକମାନଙ୍କୁ ମାସ୍କ ବାଣ୍ଟବା ସହ ସାମାଜିକ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପରେ କେ ବାଲିପାଳ ପଞ୍ଚାୟତରେ ପୁର୍ବତନ ଜିଲ୍ଲାପରିଷଦ ସୋମନାଥ ଦାସ, ସରପଞ୍ଚ ରମ୍ଭା ପାତ୍ର, ପଞ୍ଚାୟତର ବିଜେଡି ସଭାପତି ଶ୍ରୀରାମ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ବିଧାୟକଙ୍କୁ ଏକ ପଟୁଆରରେ ଗାଁକୁ ସ୍ୱାଗତ କରାଯାଇଥିଲା । ପରେ ବାଙ୍ଗୋର ଠାରେ ବିଜେଡି ସଭାପତି ପବିତ୍ର ମୋହନ ପେଡା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ଲୋକମାନଙ୍କୁ ମାସ୍କ ବାଣ୍ଟିବା ସହ ସଚେତନ କରାଇଥିଲେ । ଏହି ଅବସରରେ କିଛି ଭିନ୍ନ ଦଳର କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ହଦଗଡ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ମଦନ ମୋହନ ନନ୍ଦି, ବିଜେଡି ସଭାପତି ଅଭିମନ୍ୟୁ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟୟକ ଶ୍ରୀ ସେଠୀ ଘରଘର ବୁଲି ଲୋକମାନଙ୍କୁ ମାସ୍କ ବାଣ୍ଟିବା ସହ ସଚେତନ ହେଲେ ଯାଇ କରୋନା ଠାରୁ ବିଜୟଲାଭ କରିପାରିବା ବୋଲି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋପାଳ ପଟ୍ଟନାୟକ, ନରୋତ୍ତମ ସତପଥି, ବାବୁଲି ଲେଙ୍କା, ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା, ବିଜୟ ସତପଥି, ବଙ୍କା ସାହୁଙ୍କ ସେମେତ ଶତାଧିକ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.