Home କେନ୍ଦୁଝର ଦୁଇ ତେଲଚୋରକୁ ଧରିଲେ ଯୁବକ

ଦୁଇ ତେଲଚୋରକୁ ଧରିଲେ ଯୁବକ

62

ହାଟଡ଼ିହି, ୨୪ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ, ଟ୍ରାକ୍ଟରରୁ ତେଲ ଚୋରିକରି ଦୁଇ ଯୁବକ ଲୋକଙ୍କ ହାତରେ ଧରାପଡି ନିର୍ଦ୍ଧୁମ ଛେଚା ଖାଇଥିବା ଜଣାଯାଇଛି । ଏମାନେ ଦୀର୍ଘଦିନ ହେଲା ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ, ଟ୍ରାକ୍ଟରରୁ ତେଲ ଚୋରିକରିଥାନ୍ତି । ଗତକାଲି ଓରାଳି ଗ୍ରାମର ଏକ ଟ୍ରାକ୍ଟରରୁ ୨୦ଲିଟର ଡିଜେଲ ଚୋରି କରିବା ପରେ ଶାଳକଣିଆଁ ଗ୍ରାମରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରାକ୍ଟରରୁ ୧୦ଲିଟର ତେଲ ଚୋରି କରିନେଇଥିଲେ । ସେମାନେ ତେଲ ଟାଙ୍କି ସମ୍ମୁଖରେ ଥିବା ଏକ ଦୋକାନରୁ ମଧ୍ୟ କିଛି ଗୁଟୁକା ଓ ସାବୁନ ଆଦି ଚୋରି କରି ମୋଟର ସାଇକେଲ ଯୋଗେ ଶାଳଣିଆଁ ଆଡକୁ ପଳାଇଥିଲେ । ଏତେ ରାତିରେ ଶାଳଣିଆଁ ବଜାରରେ କିଛି ଯୁବକ ଏମାନଙ୍କୁ ଦେଖି ସନ୍ଦେହରେ ଧରି ପଚରା ଉଚୁରା କରିବାରୁ ସେମାନେ ଓରାଳି ଓ ଶାଳକଣିଆଁରୁ ତେଲ ଚୋରୀକରି ଆଣିଥିବା ମାନି ଯାଇଥିଲେ । ସେମାନେ ଯୁବକ ମାନଙ୍କୁ ଭଲକରି ଉତ୍ତମ ମଧ୍ୟମ ଦେବାସହ ସେମାନଙ୍କୁ ଆଣି ଟ୍ରାକ୍ଟର ମାଲିକଙ୍କ ଜିମା ଦେଇଥିଲେ । ଏହି ଯୁବକ ମାନଙ୍କ ଘର ଭଦ୍ରକ ଜିଲ୍ଲା ଆପଣ୍ଡା ଗ୍ରାମର ଓ ଏମାନେ ଦୁଇ ଭାଇ ବୋଲି ଜଣାଯାଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନଙ୍କ ପରିବାର ଲୋକେ ଟ୍ରାକ୍ଟର ମାଲିକଙ୍କ ନିକଟରେ କ୍ଷମା ମାଗିବା ସହ ସେମାନଙ୍କ କ୍ଷତିପୁରଣ ଦେଇ ଯୁବକ ଦୁଇଜଣଙ୍କୁ ମୁକୁଳାଇ ନେଇଯାଇଥିଲେ । ଫଳରେ ପୁଲିସକୁ ଖାଲି ହାତରେ ଫେରିବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.