Home Coronavirus Outbreak ୩୧୯ ରେ ପହଞ୍ଚିଲା ବେଗୁନିଆପଡ଼ା ବ୍ଳକ ପଜିଟିଭ୍ ସଂଖ୍ୟା – ସାନିଟାଇଜ୍ ହେଉ ନଥିବାରୁ ଲୋକେ...

୩୧୯ ରେ ପହଞ୍ଚିଲା ବେଗୁନିଆପଡ଼ା ବ୍ଳକ ପଜିଟିଭ୍ ସଂଖ୍ୟା – ସାନିଟାଇଜ୍ ହେଉ ନଥିବାରୁ ଲୋକେ ଅସନ୍ତୋଷ ଓ ଚିନ୍ତିତ।

203

କୋଦଳା ୨୬ ଜୁଲାଇ (ଓଡ଼ିଆ ପୁଅ) ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ଏହି ସଂଖ୍ୟା ମଧ୍ୟ କିଛି ଦିନ ହେବ ଅଧିକରୁ ଅଧିକ ହେବାକୁ ଲାଗିଛି। ୨୪ ଜୁଲାଇ ସୁଧା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି। ବ୍ଲକରେ ପର୍ଯ୍ଯାୟ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ପ୍ରଶାସନ ଓ ଲୋକକଂ ପାଇଁ ଚିନ୍ତା ସୃଷ୍ଟି କରିଛି।ବିଶେଷକରି ବୁଦ୍ଧିଜୀବୀ ମହଲରେ କରୋନାକୁ ନେଇ ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଛି। ପୂର୍ବରୁ ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ତଥ୍ୟ ପ୍ରଶାସନ ଦେଉଥିବା ବେଳେ ଏବେ ସଂପୂର୍ଣ୍ଣ ତଥ୍ୟ ମିଳୁନି। ଫଳରେ ବ୍ଲକର କେଉଁ ପଞ୍ଚାୟତରୁ କେତେ ଜଣ ଆକ୍ରାନ୍ତ ସେ ନେଇ ତଥ୍ଯ ମିଳୁନି। ଫଳରେ ଲୋକେ ଦ୍ବନ୍ଦରେ ରହୁଛନ୍ତି।ପ୍ରଥମେ ସଂଘରୋଧ ଗୃହରେ ରହୁଥିବା ଅନ୍ତେବାସୀ ମାନଙ୍କ ପଜିଟିଭ୍ ଆସୁଥିବା ବେଳେ ଏବେ ସ୍ଥାନୀୟ ବାସିନ୍ଦା କିମ୍ବା କରୋନା ଯୋଦ୍ଧାଙ୍କ ପଜିଟିଭ୍ ଆସୁଛି।ତେଣୁ ବ୍ଲକର ସ୍ଥିତି ବିଗିଡ଼ିବାରେ ଲାଗିଛି। କିଛି ଲୋକ ଅସୁସ୍ଥ ହୋଇ ମଧ୍ୟ ପ୍ରାଣ ହରାଇ ସାରିଲେଣି। ପ୍ରତିଦିନ ସକାଳ ୧୦ ଟା ବେଳକୁ ରାଜ୍ୟ ସରକାର ରାଜ୍ଯରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂପର୍କରେ ଟ୍ବିଟ୍ କରୁଥିବା ବେଳେ ଏହି ସମୟକୁ ବୁଦ୍ଧିଜୀବୀ ମାନେ ଚାହିଁ ରହୁଛନ୍ତି। ବ୍ଲକର ସଂଖ୍ୟା ଜାଣିବା ପରେ କେଉଁ ପଞ୍ଚାୟତରୁ କେତେ ଜଣ ତାହା ଜାଣିବା ପାଇଁ ଲୋକକଂ ମନରେ ବ୍ଯଗ୍ରତା ପ୍ରକାଶ ପାଉଛି। ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ କେୟାର୍ କୁ କିମ୍ବା ହସ୍ପିଟାଲକୁ ନିଆ ଯାଉଛି। କିନ୍ତୁ ଆକ୍ରାନ୍ତଙ୍କ ପରିବାର ଲୋକେ ଖୁଲମଖୁଲା ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ସେପଟେ କୋଭିଡ୍ କେୟାର୍ ସେଣ୍ଟରରେ ଦୁଇ ଦିନ ଧରି ଡାକ୍ତର କିମ୍ବା କୌଣସି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି। ନିୟମ ଅନୁସାରେ ଯେଉଁ ପଞ୍ଚାୟତରୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ କରି ତୁରନ୍ତ ପଞ୍ଚାୟତର ସମସ୍ତ ଗାଁ ଗୁଡିକର ସାନିଟାଇଜ୍ କରିବା କଥା। କିନ୍ତୁ ତାହା ହେଉ ନଥିବାରୁ ଅସନ୍ତୋଷ ଓ ଲୋକକଂ ମନରେ ଭୟ ସଞ୍ଚାର ହୋଇଛି। ଖଣ୍ଡିଆନଈ ପଞ୍ଚାୟତରେ ୨୪ ପଜିଟିଭ୍ ଚିହ୍ନଟ ପରେ ୭ଦିନ ପାଇଁ ସଟ୍ ଡାଉନ୍ କରାଯାଇଥିଲା। କିନ୍ତୁ ଖଣ୍ଡିଆନଈ ଗ୍ରାମର କିଛି ସାହି ରାସ୍ତାରେ ବାଉଁଶ ବନ୍ଧାଯାଇଛି।ଅନ୍ୟ ଗ୍ରାମ ଗୁଡିକରେ ବାଉଁଶ ବନ୍ଧାଯାଇନି କି ପଞ୍ଚାୟତକୁ ସାନିଟାଇଜ କରାଯାଇନି। ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମକୁ ଯଦି ଉଦାହରଣ ନେବା ଉକ୍ତ ଗ୍ରାମରେ ପଜିଟିଭ୍ ସଂଖ୍ୟା ୬ ବୋଲି ଜଣାପଡିଛି। ତେବେ ୨ ଦିନ ତଳେ ପଜିଟିଭ୍ ଚିହ୍ନଟ ପରେ ମଧ୍ୟ ସଂପୃକ୍ତ ପରିବାର ଲୋକେ ଖୁଲମଖୁଲା ବାହାରେ ବୁଲୁଛନ୍ତି ଏବଂ ଏହି ଗ୍ରାମର କୌଣସି ସ୍ଥାନରେ ବାଉଁଶ ବାଡ ଦେଖିବାକୁ ମିଳିନି କି ସାନିଟାଇଜ୍ ମଧ୍ୟ କରାଯାଇନାହଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ସମସ୍ତ ଲୋକେ ଏକତ୍ରୀତ ହୋଇ ପ୍ରଶାସନକୁ ଏହାର ଜବାବ ମାଗିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବା କହିଛନ୍ତି ଗାଁ ଲୋକେ। ସ୍ଥାନୀୟ ସରପଞ୍ଚ ଏତେଦିନ ଯାଏଁ କୌଣସି ପଦକ୍ଷେପ ନ ନେଇ କେବଳ କିଛି ଯାଗାରେ ବାଉଁଶ ବାନ୍ଧି ଦେଇ ଲୋକକୁଂ ଭୂଆଁ ବୁଲାଇ ଫଲସ୍ ବିଲ୍ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.