Home ଜିଲ୍ଲା ପରିକ୍ରମା ୩ୟ ଶ୍ରେଣୀ ବୃତ୍ତିପରୀକ୍ଷା ଅନୁଷ୍ଠିତ

୩ୟ ଶ୍ରେଣୀ ବୃତ୍ତିପରୀକ୍ଷା ଅନୁଷ୍ଠିତ

23

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପଞ୍ଚତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ବ୍ଲକ ପାଞ୍ଚଟି କେନ୍ଦ୍ରରେ କୋଭିଡ କଟକଣା ସହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୋଟ ୨୬୯ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୪୩ ଜଣ, ବାରିକପୁର ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୪୯ଜଣ, ସରସଦା ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୬୧ ଜଣ, କୁଲଣା ବି.କେ.ଏମ. ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୫୯ ଜଣ ଓ ଜି.ପି.ୟୁ. ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୫୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କା, ସୁଜାତା ମଲ୍ଲିକ, ଗଦାଧର ଜେନା, ବିଶ୍ୱଜିତା ଗିରି, ପବିତ୍ର ମୋହନ ବାରିକ ଯଥାକ୍ରମେ ପରୀକ୍ଷା କେନ୍ଦ୍ରରେ ଅଧ୍ୟକ୍ଷତା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ସଂଯୋଜକ କୈଳାସ ଚନ୍ଦ୍ର ସାମଲ, ଉମାକାନ୍ତ ସାହୁ, ରଞ୍ଜନ କୁମାର ମହାନ୍ତି, ପୁଷ୍ପକ ଚନ୍ଦ୍ର ଭାରତୀ ଝୁନାରାଣୀ ସ୍ୱାଇଁ ପର୍ଯ୍ୟବେକ୍ଷକ ଦାଇତ୍ୱ ତୁଲାଇଥିଲେ । ବିଇଓ ଦୀପକ ପାଢୀ, ପରୀକ୍ଷା ନିୟନ୍ତ୍ରକ ଏବିଇଓ ପୁରୁଷୋତ୍ତମ ଧଳ ଓ ବିଆରସିସି ଅକ୍ଷୟ କୁମାର ଜେନା ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.