Home ଜିଲ୍ଲା ପରିକ୍ରମା ୨ ମାସ ବ୍ୟାପୀ ପାଳିତ ରତ୍ନାକର ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

୨ ମାସ ବ୍ୟାପୀ ପାଳିତ ରତ୍ନାକର ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

36

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତ ବିଧାୟକ ରତ୍ନାକର ମହାନ୍ତିଙ୍କର ଶ୍ରାଦ୍ଧ ଉତ୍ସବ ୨ମାସ ବ୍ୟାପି ପାଳନ କରାଯାଉଛି । ଏହି ଉତ୍ସବ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୦ର ଉଦ୍‌ଯାପନ ହେବ । ଜିଲ୍ଲା ରତ୍ନାକର ମହାନ୍ତି ସ୍ମୃତି କମିଟି ପକ୍ଷରୁ ପାଳନ କରାଯାଉଥିବା ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ତଥା ପ୍ରସ୍ତୁତି ବୈଠକ ‘ବିଜୁ ସ୍ମୃତି କମିଟି’ଦ୍ୱାରା ଅନୁଷ୍ଠିତ ଯାଇଛି । ଏହି ବୈଠକରେ ଚରମ୍ପା ଓ ଭଦ୍ରକ ସହରର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗଦାନ କରିଥିଲେ । କୋଡବରୁଆଁ ସ୍ମୃତି କମିଟିର ସଭାପତି ରାଜ କିଶୋର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ୱାନ୍ ଷ୍ଟପ୍ ସେଣ୍ଟରର ନିର୍ଦ୍ଦେଶକ ତଥା ସାହିତ୍ୟ ସଂସ୍କୃତି ସଂଗଠନ “ଆମେ’ ର ସଭାପତି ଲଲାଟେନ୍ଦୁ ମହାନ୍ତି ବୈଠକରେ ସଂଯୋଜନା କରିଥିଲେ । ବିଜୁ ସ୍ମୃତି କମିଟି ଅଧ୍ୟକ୍ଷା ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦିକା ଆଡ୍‌ଭୋକେଟ ଅମିତା ଆଚାର୍ଯ୍ୟ ସଭାର ଆଭିମୁଖ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥଲେ । ଉକ୍ତ ଉତ୍ସବର ଉଦ୍‌ଯାପନୀ ଦିବସରେ ବିଧାୟକ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଙ୍କଳନ ସ୍ମୃତି ପୁସ୍ତକ ‘ଭଦ୍ରକ ରତ୍ନ ରତ୍ନାକର’ ଉନ୍ମୋଚିତ ହେଉଥିବା ଜିଲ୍ଲା ସ୍ମୃତି କମିଟିର ସମ୍ପାଦକ ତଥା ପୁସ୍ତକର ସଙ୍କଳକ ପ୍ରଫେସର ଅଟଳ ବିହାରୀ ନାୟକ ସୂଚନା ପ୍ରଦାନ କରିଥଲେ । ଜିଲ୍ଲା ସ୍ମୃତି କମିଟିର ସଭାପତି ଡାକ୍ତର ରବି ନାରାୟଣ ମହାପାତ୍ର ଆଗାମୀ ଡିସେମ୍ବର ୨୦ ତାରିଖର ଉଦ୍‌ଯାପନୀ ପର୍ବର ରୂପରେଖ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା ବରିଷ୍ଠ ନାଗରିକ ମହା ସଂଘର ସଦସ୍ୟ ବୈଲୋଚନ ବେହୁରିଆ, ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଆଡଭୋକେଟ ଗିରିଧାରୀ ନାଥ, ଜିଲ୍ଲା ସ୍ମୃତି କମିଟି ଉପଦେଷ୍ଟା ଶେଷଦେବ ପରିଡ଼ା, ସ୍ୱର୍ଗତ ବିଧାୟକଙ୍କ ସୁପୁତ୍ର ଶରତ ଚନ୍ଦ୍ର ମହାନ୍ତି,ସ୍ଥାନୀୟ କମିଟି ସମ୍ପାଦକ ନିରୋଦ ବାବୁ, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ଅବସରପ୍ରାପ୍ତ ଅଧ୍ୟକ୍ଷ କବି ଡ. ଅବନୀ ପ୍ରଧାନ, କମିଟି କୋଷାଧ୍ୟକ୍ଷ ରତ୍ନାକର ପ୍ରଧାନ, ଆଡ୍‌ଭୋକେଟ ଅଗଣୀ ଚରଣ ଜେନା, ଅରୂପାନନ୍ଦ ନାୟକ, ରଜତ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ସ୍ୱର୍ଗତ ବିଧାୟକଙ୍କ ସୁପୁତ୍ର ତଥା ଜିଲ୍ଲା ସ୍ମୃତି କମିଟିର ଉପସଭାପତି ଅଶୋକ କୁମାର ମହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.