Home ଜିଲ୍ଲା ପରିକ୍ରମା ଜମିଜମା ବିବାଦ, ୪୦ ଗୁଣ୍ଠ ଧାନକିଆରିରେ ବିଷ ଢାଳିଦେଲେ ବିରୋଧି

ଜମିଜମା ବିବାଦ, ୪୦ ଗୁଣ୍ଠ ଧାନକିଆରିରେ ବିଷ ଢାଳିଦେଲେ ବିରୋଧି

63

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କଟ୍ଟସାହି ପଂଚାୟତର ଛତିଶି ନୁନ୍ଦର ମୌଜାର ଷେଣ୍ଢିଆ ଗ୍ରାମର ଜମିଜମାକୁ କେନ୍ଦ୍ରକରି ପ୍ରାୟ ୩ବର୍ଷ ହେବ କୋର୍ଟରେ ମାମଲା ଚାଲିଥିବାବେଳେ ଆଜି ସେହି ଚାଷଜମିରେ ବିଷ ଢଳାକୁ କେନ୍ଦ୍ରକରି ଧୂଷୁରୀ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଷେଣ୍ଢିଆଗ୍ରାମର ଅଗଣି ରାଉତଙ୍କ ପୁଅ ଉପେନ୍ଦ୍ର ରାଉତ ପ୍ରାୟ ୪୦ଗୁଣ୍ଠ ଧାନଚାଷ କରିଥିବାବେଳେ ସେହି ଧାନକିଆରିରେ ତାଙ୍କର ବିରୋଧି ଗିରିଧାରୀ ରାଉତଙ୍କ ପୁଅ ପ୍ରଭାକର ରାଉତ ସର୍ବଗିଳା ବିଷ ସେଇ ଧାନକିଆରିରେ ପକାଇଥିବାର ଉପେନ୍ଦ୍ର ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ମଧ୍ୟ ତଦନ୍ତ କରୁଛି । ସୂଚନା ଥାଉକି ସେହି ଜମି ଜମାକୁ କେନ୍ଦ୍ରକରି ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.