Home ଜିଲ୍ଲା ପରିକ୍ରମା ୨ ଟ୍ରେନରେ ଆଉ ୨୯୦ ଭଦ୍ରକରେ ଓହ୍ଲାଇଲେ

୨ ଟ୍ରେନରେ ଆଉ ୨୯୦ ଭଦ୍ରକରେ ଓହ୍ଲାଇଲେ

107

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ୨୯୦ଜଣ ପ୍ରବାସୀ ଭଦ୍ରକରେ ଓହ୍ଲାଇଛନ୍ତି । ଭଦ୍ରକ ଜିଲ୍ଲାର ପ୍ରବାସୀଙ୍କୁ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠା ଯାଇଥିବା ବେଳେ ଜିଲ୍ଲା ବାହାରର ପ୍ରବାସୀଙ୍କୁ ସେମାନଙ୍କ ଜିଲ୍ଲାକୁ ପଠା ଯାଇଛି । ଗତକାଲି ସକାଳ ୧୧ଟାରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରୁ ବାଲେଶ୍ୱର ଯାଉଥିବା ଟ୍ରେନରେ ମାତ୍ର ୧୯ଜଣ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ୧୮ଜଣ ଭଦ୍ରକ ଜିଲ୍ଲାର ଓ ଜଣେ ଖୋର୍ଦ୍ଧା ଜିଲ୍ଲାର । ସେହିପରି ସନ୍ଧ୍ୟା ୬ଟା ୪୫ରେ ଅହମ୍ମଦାବାଦ୍‌ରୁ ବାଲେଶ୍ୱର ଯାଉଥିବା ଟ୍ରେନରେ ମୋଟ ୨୭୧ଜଣ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୦ଜଣ ଭଦ୍ରକ, ୪୭ଜଣ କେନ୍ଦୁଝର ଓ ୯୪ଜଣ ଯାଜପୁର ଜିଲ୍ଲାର ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.