Home କଟକ ୨୯ ଟି ସରକାରୀ ବିଦ୍ୟାଳୟକୁ ମିଳିଲା ୫ଟି ରୂପାନ୍ତରିତ ସ୍କୁଲର ମାନ୍ୟତା

୨୯ ଟି ସରକାରୀ ବିଦ୍ୟାଳୟକୁ ମିଳିଲା ୫ଟି ରୂପାନ୍ତରିତ ସ୍କୁଲର ମାନ୍ୟତା

46

କଟକ, ୭ /୧୨ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ନିଶ୍ଚିନ୍ତକୋଇଲି ଏବଂ ମାହାଙ୍ଗା ବ୍ଲକ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ୩ଟି ସରକାରୀ ସ୍କୁଲକୁ ଏହି ରୂପାନ୍ତରିତ ସ୍କୁଲର ମାନ୍ୟତା ମିଳିଥିଲା।

ସେହିସବୁ ସ୍କୁଲ ଗୁଡିକୁ ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣକାର୍ଯ୍ୟ ସମ୍ପନ୍ନ ହୋଇପାରିଛି।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମାହାଙ୍ଗା ବ୍ଲକର ୧୫ ଟି ସରକାରୀ ହାଇସ୍କୁଲ ଏବଂ ନିଶ୍ଚିନ୍ତକୋଇଲି ବ୍ଲକର ୧୪ ଟି ସରକାରୀ ସ୍କୁଲକୁ ରୂପାନ୍ତରିତ ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି।

ସ୍ଥାନୀୟ ବିଧାୟକ ତଥା ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ବିକାଶ ତ୍ୱରାନ୍ୱିତ ହୋଇପାରିବବୋଲି ଆସ୍ଥା ପ୍ରକଟ ହୋଇଛି।

କଂକ୍ରିଟ ସଡକ ତିଆରି କରାଯାଇ କେବଳ ରାସ୍ତାଘାଟର ଉନ୍ନତି ହୋଇଛି ବୋଲି କୁହାଯାଇ ପାରିବନାହିଁ ବରଂ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାରୁ ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ମାହାଙ୍ଗା ବ୍ଲକର ସମସରପୁର, କଇଥା, ବାସୁଦେବପୁର, କୁହୁଣ୍ଡା, କୋଳିଅଠା, ମୂଳବସନ୍ତ, ଭେଡା, ମଉଦା, ନୁର୍ତ୍ତାଙ୍ଗ, କୁସୁପୁର, ଶ୍ରୀକୃଷ୍ଣପୁର,

ମାହାଙ୍ଗା, ଚାହାପଡା, ଲଳିତଗିରି, କୁରୁଜଙ୍ଗା ପଞ୍ଚାୟତର ୧୫ ଟି ସରକାରୀ ହାଇସ୍କୁଲ ଓ ନିଶ୍ଚିନ୍ତକୋଇଲି ବ୍ଲକର କେରିଲୋ, କେନ୍ଦୁପାଟଣା, ରାମକୃଷ୍ଣପୁର, ଖଣ୍ଡାସାହି, ବଡ଼କ୍ଷୀରି, ଓର୍ତ୍ତି, ଝଡ଼େଶ୍ୱରପୁର,

ନରେନ୍ଦ୍ରପୁର, କୁଳିଆ, ନିଶ୍ଚିନ୍ତକୋଇଲି, ଜିଗିନିପୁର, ବନ୍ଧକାଟିଆ, ବରାଦୋ, କେଣ୍ଟାଳୋ ଭଳି ୧୪ ଟି ପଞ୍ଚାୟତରେ ଥିବା ବିଭିନ୍ନ ହାଇସ୍କୁଲକୁ ୫ଟି ଅଧିନରେ ନିଆଯାଇ ଏହି ସମସ୍ତ ସରକାରୀ ସ୍କୁଲ ଗୁଡିକୁ ରୂପାନ୍ତରିତ ବିଦ୍ୟାଳୟର ମାନ୍ୟତା ପ୍ରଦାନ ଯୋଗୁଁ ସ୍ଥାନୀୟ ଅଂଚଳର ଅଭିଭାବକ, ବୁଦ୍ଧିଜୀବୀ, ଗ୍ରାମବାସୀ ଏବଂ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି।

ବର୍ଷବର୍ଷ ଧରି ଭିତ୍ତିଭୂମି ଅଭାବରୁ ସମ୍ପୃକ୍ତ ସ୍କୁଲ ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.