Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୨ ବେଆଇନ ବାଲି ଟ୍ରକ ଜବତ

ଭଣ୍ଡାରିପୋଖରୀ – ୨ ବେଆଇନ ବାଲି ଟ୍ରକ ଜବତ

39

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ନିକଟରୁ ଆଜି ସକାଳେ ଦୁଇଟି ବେଆଇନ ବାଲି ପରିବହନକାରୀ ଟ୍ରକକୁ ସ୍ଥାନୀୟ ପୁଲିସ ଜବତ କରିଛି । ପୁଲିସ ଏଏସଆଇ ବିଜୟ କୁମାର ନାୟକଙ୍କ ନେତୃତ୍ୱରେ ପୁଲିସ ସୁରକ୍ଷା ବଳ ଓଆର.୦୧ଇ.୫୧୬୨ନଂ ଟ୍ରକକୁ ଜବତ କରିବା ସହ ୩୧୧/୨୧ନଂ ମାମଲା ଋଜୁ କରି ଚାଳକ ସୋରୋ ଅଞ୍ଚଳର ମୁମତାଜ ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଓଆର.୦୪ଏଚ.୪୫୩୭ନଂ ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରିବା ସହ ୩୧୨/୨୧ନଂ ମାମଲା ଋଜୁ କରି ଚାଳକ ଧାମନଗର ଅଞ୍ଚଳର ଦେବେନ୍ଦ୍ରନାଥ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.