Home ଜିଲ୍ଲା ପରିକ୍ରମା ୨୮ ଜଣ ପାଇଲେ ୩ୟ ଓ ୫ମ ଶ୍ରେଣୀ ବୃତି

୨୮ ଜଣ ପାଇଲେ ୩ୟ ଓ ୫ମ ଶ୍ରେଣୀ ବୃତି

181

ଯାଜପୁର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକର ଚଳିତ ବର୍ଷ ପାଇଁ ୩ୟ ଓ ୫ମ ଶ୍ରେଣୀର ବୃତି ପରୀକ୍ଷର ଫଳ ପ୍ରକାଶିତ ହୋଇଛି । କୋରାଇ ବ୍ଳକ୍ ସମେତ ବ୍ୟାସନଗର ପୌରାଂଚଳରୁ ମୋଟ ୨୮ ଜଣ ଛାତ୍ରଛାତ୍ରୀ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ୩ୟ ଶ୍ରେଣୀ ପାଇଁ କୋରାଇ ବ୍ଲକ୍‌ର ଶଙ୍ଖଚିଲା ଶିଶୁ ମନ୍ଦିରର ଛାତ୍ର ଓମ୍ ପ୍ରକାଶ ସାହୁ, ପାଣିକୋଇଲି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ରାୟ, ପାଣିକୋଇଲି ଶିଶୁମନ୍ଦିରର ଛାତ୍ରୀ ଶୁଶ୍ରୀ ଦେବସ୍ମିତା ସେନାପତି ଓ ସ୍ୱୟଂଶ୍ରୀ ମହାପାତ୍ର, କିଆପଦା ଶିଶୁମନ୍ଦିରର ଛାତ୍ରୀ ଅଙ୍କିତା ହୋତା, ମୂଳାପାଳ ଶିଶୁମନ୍ଦିରର ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମିଶ୍ର ଓ ଛାତ୍ର ପ୍ରତ୍ୟୁଷ ରାଉତ ସ୍ଥାନ ପାଇଥିବା ବେଳେ ବ୍ୟାସନଗରର ମଧୁସୂଦନ ନଗର ଶିଶୁମନ୍ଦିରର ବିଶ୍ୱପ୍ରକାଶ ସାହୁ, ସୁଶାନ୍ତ କୁମାର ବିଶ୍ୱାଳ ଓ ଆଶୁତୋଷ ସ୍ୱାଇଁ, ନହକା ଶିଶୁମନ୍ଦିରର ମୋନାଲିସା ସାହୁ ଓ ଦିବ୍ୟାଙ୍କ ମଲିକ ଏବଂ ବିରମଣିପୁର ନୋଡ଼ାଲରୁ ପ୍ରିୟଙ୍କା ନାୟକ ସ୍ଥାନ ପାଇଛନ୍ତି । ସେହିପରି ୫ମ ଶ୍ରେଣୀ ବୃତି ପାଇଁ କୋରେଇ ବ୍ଲକ୍‌ର ଶଙ୍ଖଚିଲା ଶିଶୁମନ୍ଦିରର ମଙ୍ଗଳ ରାୟ, କଡ଼ମିଆଁ ୟୁଜିଏମ୍‌ଇର ବିଭୁଦତ ସ୍ୱାଇଁ, ମୂଳାପାଳ ଶିଶମନ୍ଦିରର ଅରୋମିରାଶିଷ ଜେନା, ପାଣିକୋଇଲି ଶିଶୁମନ୍ଦିରର ସମ୍ବିତ ଶତପଥି, କୋରାଇ ନୋଡ଼ାଲର ଚିନ୍ମୟ ଚିରନ୍ତନ, ବରୁଣ୍ଡାଇ ଉଚ୍ଚ ବିଦ୍ୟାପୀଠର ଦେବଦତ ପତି ଓ କିଆପଦା ଶିଶୁମନ୍ଦିରର ବିଷ୍ନୁପଦ ପଣ୍ଡା ସ୍ଥାନ ପାଇଥିବା ବେଳେ ବ୍ୟାସନଗର ପୌରାଂଚଳର ମଧୁସୂଦନ ନଗର ଶିଶୁମନ୍ଦିରର ଶୁଭମ ଜେନା, ଅଭିଶେଷ ଦତ, ବିବାଦ ନାୟକ, ନହକା ଶିଶୁମନ୍ଦିରର ଗୁରୁଚରଣ ବେହେରା ଓ ସୌମ୍ୟରଂଜନ ସ୍ୱାଇଁ ଏବଂ ସନ୍ତରା ଶିଶୁମନ୍ଦିରର ଗୋପାଳ ଚନ୍ଦ୍ର ରାଉତ ଓ ଶୁଭମ କୁମାର ବେହେରା ସ୍ଥାନ ପାଇଛନ୍ତି । ବୃତି ପାଇଥିବା ୩ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାସିକ ଶହେ ଟଙ୍କା ଏବଂ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାସିକ ୨ ଶହ ଟଙ୍କା ପ୍ରଦାନ କରାଯିବ ବୋଲି କୋରେଇ ବିଇଓ ସୁଶାନ୍ତ କୁମାର ଶତପଥୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.