Home ଅପରାଧ ହାଇକୋର୍ଟ ଆଦେଶକୁ ମାନୁନାହାଁନ୍ତି କୋରାଇ ପଞ୍ଚାୟତସମିତୀ କାର୍ଯ୍ୟନିର୍ବାହୀ ଅଧିକାରୀ

ହାଇକୋର୍ଟ ଆଦେଶକୁ ମାନୁନାହାଁନ୍ତି କୋରାଇ ପଞ୍ଚାୟତସମିତୀ କାର୍ଯ୍ୟନିର୍ବାହୀ ଅଧିକାରୀ

151

ଯାଜପୁର୩୦ା୧୦(ଓଡିଆ ପୁଅ/B.N.Patri)କୋରାଇ ବ୍ଲକ ଅନ୍ତର୍ଗତ ହଳଦୀ ଗଡିଆ ପଂଚାୟତର ସ୍ୱାବଲମ୍ବୀ କାରିଗର (ଏସଇଏମ) ଆଜକୁ ଦୁଇ ବର୍ଷ ହେବ ଦରମା ପାଇନାହାନ୍ତି । ଏମିତିକି ତଳ ଉପରୁ ପର‌୍ୟ୍ୟନ୍ତ ବାରମ୍ବାର ଦୌଡିବା ପରେ ମଧ୍ୟ ଦରମା ନମିଳିବାରୁ ଶେଷରେ ବାଧ୍ୟ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ଆଦେଶ ପରେ ବିଡିଓ ଉକ୍ତ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏସଇଏମଙ୍କ ଦରମା ପ୍ରଦାନ ପାଇଁ ଛିଠି କରିଥିଲେ ହେଁ ଆଜି ପର‌୍ୟ୍ୟନ୍ତ ଦରମା ମିଳୁନାହିଁ । ସିଧାସଳଖ ଭାବେ ହାଇକୋର୍ଟ ଆଦେଶକୁ ପଂଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ପାଳନ ନକରିବା ପ୍ରାପ୍ୟ ପାଇବାକୁ ଥବା ଏସ.ଇ.ଏମଙ୍କର ଚିନ୍ତାର କାରଣ ହୋଇଛି । ପ୍ରକାଶଯେ କୋରାଇ ବ୍ଲକ ସାଦକପୁର ପଂଚାୟତରେ୨୦୦୨ ମସିହାରୁ ଏସଇଏମ ଭାବେ ଖିଲିପଙ୍ଖା କେଶବ ଚନ୍ଦ୍ର ବାରିକ କାର୍ଯ୍ୟରତ । ୨୦୧୭ ମସିହାରେ ପଂଚାୟତ ପୁନଃଗଠନ ପରେ ନୂତନଭାବେ ହଳଦନୀଗଡିଆ ପଂଚାୟତ ଗଠିତ ହୋଇଥିଲା । ନୂତନ ପଂଚାୟତ ଗଠନ ପରେ ମଧ୍ୟ ୨୦୧୭ ନଭେମ୍ବର ପର୍ଯ୍ୟନ୍ତ ଏସଇଏମ ଶ୍ରୀ ବାରିକଙ୍କୁ ଦରମା ମିଳିଛି । କିନ୍ତୁ ପରବର୍ତି ଅବସ୍ଥାରେ ତାଙ୍କୁ ଆଉ ଦରମା ମିଳିନାହିଁ । ଏନେଇ ଶ୍ରୀ ବାରିକ ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସବୁ ଆଡେ ଦୌଡିବା ପରେ ତାଙ୍କୁ ଦରମା ପ୍ରଦାନ କରିବାକୁ ଗତ ଜାନୁଆରୀ ୧୭ ତାରିଖ ପଂଚାୟତ ବୈଠକରେ ନିଷ୍ପତି ହୋଇଥିଲା । କିନ୍ତୁ ସବୁ ପରେ ବି ଦରମା ମିଳିଲା ନାହିଁ । ଶେଷରେ ଶ୍ରୀ ବାରିକ ଆଇନର ଆଶ୍ରମ ନେଇଥିଲେ । ଗତ ୨୦୧୯ ଜୁନ ୨୦ ତାରିଖ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଓକିଲ ନୋଟିସ ଳଗାଯାଇଥିଲା । କିନ୍ତୁ ନୋଟିସର କୌଣସି ଉତର ନବୋରୁ ହାଇକୋର୍ଟର ଆଶ୍ରୟ ନେଇଥବଲେ । ତଦନୁଯାୟୀ ହାଇକୋର୍ଟଙ୍କ ଡବ୍ଲ୍ୟୁପିସି ୧୩୬୯୬ ଅନୁଯାୟୀ ଏସଇଏମଙ୍କୁ ଦରମା ପ୍ରଦାନ ପାଇଁ ଏକ ନିର୍ଦ୍ଦେଶ ଗତ ୨୦୧୯ ଅଗଷ୍ଟ ୧୩ ତାରିଖରେ ହୋଇଥିଲା । ଏହାପରେ ହାଇକୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ କୋରାଇ ବିଡିଓ ପତ୍ରସଂଖ୍ୟା ୪୭୭୯ ତା ୧୯-୧୦-୨୦୧୯ରେ ହଦଳୀଗଡିଆ ପଂଚାୟତ ର୍ନିବାହୀ ଅଧିକାରୀଙ୍କୁ ଅବଗତ କରିଥିଲେ । କିନ୍ତ ସବୁ ପରେ ମଧ୍ୟ ଏସଇଏମଙ୍କୁ ଆଜି ପର୍ଯ୍ୟନ୍ତ ଦରମା ମିଳିନାହିଁ । ଏ ସର୍ମ୍ପକରେ ପିଇଓ ଗୌରାଙ୍ଗ ପ୍ରଧାନଙ୍କୁ ପଚାରିବାରୁ ତାଙ୍କୁ ଦରମା ଦେବା ପାଇଁ ପଂଚାୟତରେ ଆଲୋଚନା ସରିଛି । ଖୁବ ଶିଘ୍ର ତାଙ୍କୁ ଦରମା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅପରପକ୍ଷେ ୨ଦିନ ମଧ୍ୟରେ ଦରମା ନମିଳିଲେ ପୁନଃ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.