Home କୋରାପୁଟ ୨୮ରେ କୋରାପୁଟ ସରକାରୀ କଲେଜର ସୁବର୍ଣ୍ଣ ଜୟନ୍ତୀ

୨୮ରେ କୋରାପୁଟ ସରକାରୀ କଲେଜର ସୁବର୍ଣ୍ଣ ଜୟନ୍ତୀ

227

କୋରାପୁଟ ; ତା୨୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଆସନ୍ତା ୨୮ ତାରିଖଦିନ ସରକାରୀ କେଲଜ ,କୋରାପୁଟ ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।କଲେଜ ଓ ଆଲୁମିନି ତରଫରୁ ମିଳିତ ଭାବରେ ସ୍ଥାନୀୟ କୋଟସ ସଭାଗୃହଠାରେ ସାମ୍ବାଦିକ ଆୟୋଜନ କରିଥିଲେ ।୨୮ ତାରିଖ ସକାଳ ୭ଘ.ରେ ଏକ ମିନି ମାରାଥନ ଆୟୋଜନ କରାଯିବ ଯାହାକି କୋରାପୁଟ କାର୍ଣ୍ଣିଭାଲ ପଡିଆଠାରୁ କଲେଜ ପର୍ଯ୍ୟନ୍ତ କରାଯିବ ବୋଲି ଅଧ୍ୟକ୍ଷ ଡ.ଶୁଭେନ୍ଦୁ ଶେଖର ପାଢୀ ସୂଚନା ଦେଇଥିଲେ ।ଏହାପରେ ସେହିଦିନ ପୂର୍ବାହ୍ନରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁକ୍ୟ ଅତଥିଭାବେ ଯୋଗଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଥିଲେ ।୫୦ ବର୍ଷ ମଧ୍ୟରେ କଲେଜରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ବାହାରି ଦେଶର ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଥାଇ କୋରାପୁଟର ସୁନାମ ଆଣିପାରିଥିବା ସେ ପ୍ରକାଶ କରିଥିଲେ ।ବର୍ତମାନ କଲେଜରେ ଅନେକ ପଦ ପଦବୀ ଖାଲି ରହିଥିବାରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ସେ ସୂଚନା ଦେଇଥିଲେ ।ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ସେ ପ୍ରକାଶ କରିଥିଲେ ।୨୯ ଓ ୩୦ ତାରିଖ ଦୁଇଦିନ ଆଲୁମିନି ତରଫରୁ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ ବୋଲି ସଂଯୋଜକ ଅଯୋଧ୍ୟା ସାମଲ ପ୍ରକାଶ କରିଥିଲେ ।ରାଜ୍ୟ ସରକାର ଡିଏଭି କଲେଜର ନାମ ପରିବର୍ତନ କରି ସରକାରୀ କଲେଜ କରିବାରୁ ୨୦୧୨ ମସିହାରେ ସେତେବେଳର ଛାତ୍ର ସଂସଦ ଓ ପୂରାତନ ଛାତ୍ର ଆଲୁମିନି ତରଫରୁ ବିରୋଧ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ ।ଏ ମାମଲାରେ ରାଜ୍ୟ ସରକାରଙ୍କୁ ସରକାରୀ କେଲଜ ପରିବର୍ତେ ସରକାରୀ ଡିଏଭି କଲେଜ ନାମ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା ଓ କଲେଜ ପରିଚାଳନା କମିଟି ମଧ୍ୟ ଏହାକୁ ସମର୍ଥନ କରି ସରକାରଙ୍କୁ ଚିଠି ପ୍ରେରଣ କରିଥିବା ସେ ପ୍ରକାଶ କରିବା ସହ ୨୮ ତାରିଖ ଦିନ ରାଜ୍ୟ ସରକାର ନାମ ପରିବର୍ତନ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଉକ୍ତ ୨ ଦିନ କାର୍ଯ୍ୟକ୍ରମରେ ପ୍ରାୟ ୧ ହଜାର ପୂରାତନ ଛାତ୍ର ଓ ଅଧ୍ୟାପକମାନେ ଯୋଗଦେବେ ବୋଲି ସ୍ୱିକୃତି ପ୍ରଦାନ କରିଥିବା ସେ ମତବ୍ୟକ୍ତ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ସହ ସଂଯୋଜକ ଗିରିଜା ଚୈାଧୁରୀ , ପ୍ରାଧ୍ୟାପକ କୈବଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ମନୋରଂଜନ ରାଉତରାୟ ପରିଚାଳନା କରିଥିବା ବେଳେ ଲକ୍ଷ୍ମିକାନ୍ତ ପାଣିଗ୍ରାହୀ , ଆର.ଏନ.ମିଶ୍ର ,ଉମାଚରଣ ପାତ୍ର , କମଳାକାନ୍ତ ଦାସ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.