Home କୋରାପୁଟ ୧୨ଦଫା ଦାବି ନେଇ ବୁଡି ଅଂଚଳ ଲୋକ ସଙ୍ଗଠନର ଶୋଭାଯାତ୍ରା

୧୨ଦଫା ଦାବି ନେଇ ବୁଡି ଅଂଚଳ ଲୋକ ସଙ୍ଗଠନର ଶୋଭାଯାତ୍ରା

196

କୋରାପୁଟ;ତା୨୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଜଲାପୁଟ ଡ୍ୟାମ୍ ଦ୍ୱାରା ବୁଡି ଅଂଚଳବାସୀ ଭାବେ ଜୀବନ ବିତାଉଥିବା ନନ୍ଦପୁର ବ୍ଲକର ୮ଟି ପଂଚାୟତର ଲୋକେ ୧୨ଦଫା ଦାବି ପୂରଣ ନେଇ ଆଜି କୋରାପୁଟରେ ଏକ ବିରାଟ ଶୋଭାଯାତ୍ରା କରିବା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ହେବା ପରେ ଜଲାପୁଟ ଡ୍ୟାମ ଜଳଭଣ୍ଡାର ଦ୍ୱାରା ନନ୍ଦପୁର ବ୍ଲକର ପାନ୍ତୁଲୁମ୍,ଗୋଲୁର,କୁଲାରସିଂହ୍,ପରଜାବଡପଡା,ପାଡୁଆ,କୁଲାବୀର,ଅତଣ୍ଡା ଏବଂ ବିଲାପୁଟ ପଂଚାୟତର ବାସିନ୍ଦା ଏକ ପ୍ରକାର ବିଚ୍ଛିନାଂଚଳବାସୀ ହୋଇଛନ୍ତି । ତଥାପି ସେମାନଙ୍କର କୌଣସି ଉନ୍ନତି ହୋଇ ପାରି ନାହିଁ । ବିଭିନ୍ନ ସମୟରେ ଦାବି କରିଥିଲେ ମଧ୍ୟ ସେମାନଙ୍କୁ କେବଳ ପ୍ରତିଶୃତି ବ୍ୟତୀତ ଆଉ କିଛି ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ୮ଟି ପଂଚାୟତର ୪ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ କୋରାପୁଟରେ ଏକ ବିରାଟ ଶୋଭାଯାତ୍ରା କରି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଦାବି ମଧ୍ୟରେ ଜମିହରାଙ୍କୁ ଉପଯୁକ୍ତ କ୍ଷତିପୂରଣ,ଚାଷଜମି ହରାଇଥିବାରୁ ସେମାନଙ୍କୁ ଚାକିରୀ ପ୍ରଦାନ, ମାଗଣା ବିଜୁଳୀ ସଂଯୋଗ, ହାଟଗୁଡାରେ କଲେଜ ସ୍ଥାପନ,ଦଳେଇପୁଟରେ ହସ୍ପିଟାଲ ପ୍ରତିଷ୍ଠା,ଜଳସେଚନ ସୁବିଧା,ପକ୍କାରସ୍ତା, ବିଜୁ ପକ୍କା ଘର ଯୋଜନା କିମ୍ବା ଆବାସ ଯୋଜନାରେ ଘର ରହିଛି । ବୁଡି ଅଂଚଳ ଲୋକ ସଂଗଠନର ସଭାପତି ସୋମନାଥ ଖୀଲ,ସମ୍ପାଦର ଲଳିତ ଟୈଲା,ଉପ-ସଭାପତି ହରି ହନ୍ତାଳଙ୍କ ନେତୃତ୍ୱରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.