Home ଓଡ଼ିଶା ୨୭ ଡିସେମ୍ବରରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ

୨୭ ଡିସେମ୍ବରରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ

106

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ଆସନ୍ତା ୨୭ ଡିସେମ୍ବରରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ। ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ବଲାଙ୍ଗୀର ସାଂସଦ ସଙ୍ଗୀତାକୁମାରୀ ସିଂଦେଓ ଟ୍ୱିଟ କରି ଜଣାଇଛନ୍ତି। ଏହା ପରେ ସେହିଦିନ ବଲାଙ୍ଗୀର ଜିଲ୍ଲାରେ ନବ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି। ଏନେଇ ଶ୍ରୀମତି ସିଂଦେଓ ଜଣାଇଛନ୍ତି। ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଉପସ୍ଥିତ ରହିବେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.