Home ଜିଲ୍ଲା ପରିକ୍ରମା ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଭ୍ୟାସ

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଭ୍ୟାସ

339

ଦେବଗଡ, ୨୦.୦୬ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) – ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଅଭ୍ୟାସ ଜିଲ୍ଲାସ୍ତରୀୟ “ମକ୍ଡ୍ରିଲ” ସ୍ଥାନୀୟ କଲେକ୍ଟରେଟ ସମ୍ମୁଖରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଭିନସେଣ୍ଟ ପୂନମକାନ୍ତ ଏକ୍କା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଡିଏସପି (ଡିଆଇବି) ଶିବପ୍ରସାଦ ବିଶ୍ୱାଳ, ଜରୁରୀ କାଳିନ ଅଧିକାରୀ ସୁଶାନ୍ତ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଦେବଗଡ ମହାବିଦ୍ୟାଳୟ, ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି. ଶିକ୍ଷକ ଓ କ୍ୟାଡେଟ୍, ରେଡକ୍ରସ ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଜିଲ୍ଲା ରେଡକ୍ରସର ସଭ୍ୟବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ଜିଲ୍ଲା ଜରୁରୀ କାଳିନ ଅଧିକାରୀ ସୁଶାନ୍ତ ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀ ପ୍ରଫୁଲ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ୱାବଧାନରେ ମୁଖ୍ୟ ଆଗ୍ନିକ ଚକ୍ରଧର ଲାକ୍ରା ଓ ସୁରେଶ ବାଗ ଏବଂ ଆଗ୍ନିକ ଡେଭିଡ ସରେନ, ଭରତ କିଶାନ, ପ୍ରତାପ ବେହେରା, ନଳୀନୀ ପାତ୍ର, ଦିଲିପ୍ ସେଉଳ ପ୍ରମୁଖ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟବହୃତ ହେଉଥିବା ଉପକରଣ ଯଥା ଯନ୍ତ୍ରଚାଳିତ ବୋଟ, ଯନ୍ତ୍ରଚାଳିତ କରତ, ବି.ଏଚ.ସେଟ, ହାଇଡ୍ରୋଲିକ ପାୱାର ପେକ୍, ଲାଇଫ ଜ୍ୟାକେଟ, ଆସ୍କା ଲାଇଟ ଇତ୍ୟାଦିର ବ୍ୟବହାର ଓ ଏହା ମାଧ୍ୟମରେ ଉଦ୍ଧାର କୈାଶଳ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ, ଅନୁରୂପ କାର୍ଯ୍ୟକ୍ରମ ଆଜି ବ୍ଲକସ୍ତରରେ ମଧ୍ୟ ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.