Home ଓଡ଼ିଶା ୨୬ ନଭେମ୍ବର ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ

୨୬ ନଭେମ୍ବର ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ

47

ଭୁବନେଶ୍ୱର, ୨୧/୧୧ (ଓଡ଼ିଆ ପୁଅ) ଦେଶର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ ଓ ଶତାଧିକ ଟ୍ରେଡ଼ ଫେଡ଼େରେସନମାନଙ୍କ ଦ୍ୱାରା ଆହୂତ ଆସନ୍ତା ୨୬ ନଭେମ୍ବରର ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ଅଂଶ ଗ୍ରହଣ କରିବେ। ଏହି ଧର୍ମଘଟ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ତ୍ତମାନର ୪୪ଟି ଶ୍ରମ ଆଇନକୁ ଉଠାଇଦେଇ ଏକତରଫା ଭାବେ କଳା ଶ୍ରମ କୋଡ୍ ଆଇନର ପ୍ରଣୟନ, ରାଷ୍ଟ୍ରାୟତ ଉଦ୍ୟୋଗର ବ୍ୟାପକ ଘରୋଇକରଣ ବିରୋଧରେ, ଲକ୍‌ଡାଉନ ଯୋଗୁ ଛଟେଇ ଶ୍ରମିକ ଓ ବେକାର ଯୁବକମାନଙ୍କୁ କର୍ମସଂସ୍ଥାନ ଇତ୍ୟାଦି ୧୦ ଦଫା ଦାବି ସହିତ ବ୍ୟାଙ୍କ ଘରୋଇକରଣରୁ ନିବୃତ୍ତ ରହିବା, ଖିଲାପୀ ବୃହତ୍ କର୍ପୋରେଟ ଋଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ ଜମାର ସୁଧ ହାର ବୃଦ୍ଧି ଓ ସେବା ନାମରେ ଆଦାୟ କରୁଥିବା ଶୁଳ୍କକୁ ବନ୍ଦ କରିବା, ଉନ୍ନତ ଗ୍ରାହକ ସେବା ପାଇଁ ବ୍ୟାଙ୍କର ସମସ୍ତ ଶୂନ୍ୟସ୍ଥାନ ପୂରଣ, ନୂଆ ପେନସନ ସ୍କିମ୍‌ର ବାତିଲ, ସମବାୟ ବ୍ୟାଙ୍କ ସହ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପେନସନ ଏବଂ ସମବାୟ ଓ ଗ୍ରାମ୍ୟବ୍ୟାଙ୍କଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବା ଇତ୍ୟାଦି ଦାବିରେ ଏଆଇବିଇଏ ଏବଂ ଏଆଇବିଓଏ ପକ୍ଷରୁ ଏହି ଧର୍ମଘଟର ଡାକରା ଦିଆଯାଇଛି।

ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନଙ୍କୁ ଏଆଇବିଇଏ ରାଜ୍ୟ ସଂଗଠନର ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଆଇବିଓଏ ରାଜ୍ୟ କମିଟିର ସଭାପତି କୈଳାସ ଚନ୍ଦ୍ର ପରିଡ଼ା ଓ ସଙ୍ଗଠନ ସମ୍ପାଦକ ପ୍ରବୋଧ କୁମାର ବିଶ୍ୱାଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.