Home ଓଡ଼ିଶା ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଦୁଇ ବଙ୍ଗାଳି ଯୁବକ ଗିରଫ

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଦୁଇ ବଙ୍ଗାଳି ଯୁବକ ଗିରଫ

133

ମୋହନା, ୧୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମ ନିକଟ NH ୩୨୬ ରାସ୍ତା ନିକଟରେ ଏକ ମେକ୍ସପିକ୍ପ ଗାଡ଼ିରୁ ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯିବା ସହ, ଦୁଇ ବଙ୍ଗାଳି ଯୁବକଙ୍କୁ ଗିରଫ କରାଯାଇଛି। ଏସ୍-ଡି-ପି-ଓ ଅଶୋକ ମହାନ୍ତି ଙ୍କ ସୂଚନା ମୁତାବକ ଗଜପତି ଏସ୍-ପି ଶାରା ର୍ଶମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ଏସ୍-ଆଇ ସୁନିଲ୍ କୁମାର ଦଳେଇ ଙ୍କ ସମେତ ମୋହନା ପୋଲିସ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମ ନିକଟ NH ୩୨୬ ରାସ୍ତା ନିକଟରେ ଗାଡ଼ି ଯାଞ୍ଚ ବେଳେ ଏକ ମେକ୍ସପିକ୍ପ (WB୩୭D୪୭୦୦) ଗାଡ଼ି ଉପରେ ମୋହନା ପୋଲିସର ସନ୍ଦେହ ଉତ୍ପନ୍ନ ହେବାରୁ ଗାଡ଼ିର ସବୁ କିଛି ଯାଞ୍ଚ କରାଯାଇଥିଲା ଓ ଏଥିରୁ ୧୪ଗୋଟି ଜରି ମୁଣାରୁ ୪୬୮ କିଲୋ ୫୦୦ଗ୍ରାମ୍ ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଗାଡ଼ି ଚାଳକ ତପନ ରାୟ(୨୭) ଓ ଅନ୍ୟ ଜଣେ ଗୈତମ ଲୋ(୪୫) ଙ୍କୁ ଗିରଫ କରି ମୋହନା ଥାନା ରେ ୧୦୮/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ମୋହନା ଥାନା ଅଧିକାରୀ ସୁଜିତ ନାୟକ ଦର୍ଶାଇ ଛନ୍ତି। ଏମାନେ ପଶ୍ଚିମ ବଙ୍ଗ ରାଜ୍ୟ ର ବାସିନ୍ଦାଵୋଲି ଜଣାପଡିଛି। ଏହି ସମୟରେ ମୋହନା ତହସିଲ ଦାର କଲ୍ୟାଣି ସଂଘ ମିତ୍ରା ଦେବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.