Home କେନ୍ଦ୍ରାପଡ଼ା କାକଟଲକ ପାଖ କେବିନ ଭିତରେ ଯୁବକଙ୍କ ଆତ୍ମହତ୍ୟା

କାକଟଲକ ପାଖ କେବିନ ଭିତରେ ଯୁବକଙ୍କ ଆତ୍ମହତ୍ୟା

115

କେନ୍ଦ୍ରାପଡା ୧୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପୈାରାଚଂଳ ଅନ୍ତର୍ଗତ କାକଟଲକ ନିକଟସ୍ତ ଏକ କେବିନ ଭିତରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଶନିବାର ଅପରାହ୍ନରେ ସେହି କେବିନ ଭିତରୁ ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଟାଉନ ଥାନାର ପୋଲିସ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚିଥିଲେ। ଶବଟିକୁ ଜବତକରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଟାଉନ ଥାନାରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଯାରିରହିଛି। ମୃତକ ଯୁବକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ରାଧେଶ୍ୟାମ ସ୍ୱାଇଁ(୪୪)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.