Home ଓଡ଼ିଶା ୨୫ ରୁ କୋରାପୁଟରେ ପଲିଥିନ ଓ ପ୍ଲାଷ୍ଟିକ ବନ୍ଦ

୨୫ ରୁ କୋରାପୁଟରେ ପଲିଥିନ ଓ ପ୍ଲାଷ୍ଟିକ ବନ୍ଦ

124

କୋରାପୁଟ ; ତା୦୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ୨୫ ତାରିଖରୁ କୋରାପୁଟରେ ପଲିଥିନ ଓ ପ୍ଲାଷ୍ଟିକ ବନ୍ଦ କରାଯିବ ବୋଲି କୋରାପୁଟ ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ସୂଚନା ଦେଇଛନ୍ତି। ଏହାର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।ଏଥି ନିମନ୍ତେ କୋରାପୁଟ ବନହ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଓ କରାଯାଇଥିଲା।ଏଥିରେ କୋରାପୁଟ ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର, ପୂର୍ବତନ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ଓ ବନାଞଳ ଅଧିକାରୀ ଶ୍ରୀ ଖୁଟିଂଆ, କୋରାପୁଟ ଟାଉନଥାନା ନିରୀକ୍ଷକ କ୍ଷିରେଶ୍ୱର ସାହୁ ପ୍ରମୁଖ ବିଭିନ୍ନ ଦୋକାନ ଯାଇ ପଲିଥିନ ଓ ପ୍ଲାଷ୍ଟିନ୍ର କୁପ୍ରଭାବ ଉପରେ ସଚେତନତା କରିଥିଲେ ଓ ୨୫ ତାରିଖରେ ସଂପୂର୍ଣ୍ଣ ବନ୍ଦ ବୋଲି ସୂଚାଇ ଦେଇଥିଲେ। ଅନେକ ଖାଉଟିମାନଙ୍କୁ ଭେଟି ବଜାରକୁ କ୍ରୟ କରିବାକୁ ଆସିଲା ବେଳକୁ ବ୍ୟାଗ ଧରି ଆସିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.