Home ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ; ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା

ଛାତ୍ର ସଂସଦ ନିର୍ବାଚନ; ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା

111

କୋରାପୁଟ ; ତା୦୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ବୁଧବାର ନାମାଙ୍କନ ପତ୍ର ଦାଖଲ ହୋଇଥିବାବେଳେ ଗୁରୁବାର କୋରାପୁଟ ସରକାରୀ ମହାବିଦ୍ୟାଳୟର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକା ଅନୁଯାୟୀ ସଭାପତି ପଦ ପାଇଁ ୭ଜଣ ନାମାଙ୍କନ ଦାଖଲ କରିଥିବାବେଳେ ଆଦିତ୍ୟ ନାରାୟଣ ସାହୁ, ହୃଷିକେଶ ମଣ୍ଡଳ, ରାକେଶ ବିଷୋୟୀ, ରଂଜିତ ବାକା ଓ ସୁନୀଲ ଖୋସ୍ଲାଙ୍କ ନାମ ଚୂଡାନ୍ତ ତାଲିକାରେ ରହିଛି। ଖୀଦମ୍ କୁମାର ନିର୍ନ୍ଦ୍ୱନ୍ଦରେ ଉପ-ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ପଦ ନିମନ୍ତେ ସହଦେବ ଖରା, ସିମରନ୍ ଖରା ଓ ତୁମ୍ବେଶ୍ୱର ନାୟକ ରହିଛନ୍ତି। ସେହିପରି ଡ୍ରାମାଟିକ ସମ୍ପାଦକ ଭାବେ ସ୍ୱରାଜ ନାୟକ, କ୍ରୀଡା ସମ୍ପାଦକ ଭାବେ ଅଜିତ ନାୟକ ଓ କମନ୍ ରୁମ୍ ସେକ୍ରେଟାରୀ ଭାବେ କାର୍ତିକ ଶିଶା ବିନା ପ୍ରତି ଯୋଗିତାରେ ନିର୍ବାଚିତ ହୋଇଥିଲେ ବୋଲି ଜଣାପଡିଛି।

ପ୍ରାର୍ଥିପତ୍ର ଯାଂଚ ପରେ ପରେ କଲେଜରେ ଉତେଜନା ଦେଖାଦେଇଥିଲା।ସଭାପତି ପଦବୀ ନିମନ୍ତେ ନାମାଜ୍ଞନ ପତ୍ର ଦାଖଲ କରିଥିବା ମୁକେଶ କୁଲଦୀପଙ୍କ ନାମାଜ୍ଞନ ପତ୍ର ନାକଚ ହୋଇଯିବା ପରେ ସମର୍ଥକମାନେ କଲେଜ ଅଫିସ ଗେଟରେ ତାଲା ପକେଇଥିଲେ।ଅପାରହ୍ନରେ ଟାୟାର ଜାଳି ପ୍ରତିବାଦ କରିଥିଲେ।ଗେଟ ବାହାରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ।ଭିତରେ କର୍ତୂପକ୍ଷ ଥିବା ବେଳେ ବାହାରେ ହାତଗଣତି ପୋଲିସ ଓ କଲେଜ ପରିସରରେ ଛାତ୍ରଚାତ୍ରୀ ଟାୟାର ଜାଳୁଥିବା ନଜର କରାଯାଇଥିଲା।କଲେଜରେ ହାରାହାରି ଉପସ୍ଥାନ ୭୫ ପ୍ରତିଶତରୁ କମ ଥିବାରୁ ନାକଚ କରାଯାଇଥିଲା ବୋଲି କଲେଜ ଅଧ୍ୟକ୍ଷ ଡା.ଶୁଭେନ୍ଦୁ ଶେଖର ପାଢୀ ପ୍ରକାଶ କରିଥିଲେ।ପୋଲିସକୁ ଫୋନ ଯୋଗେ ଅବଗତ କରାଯାଇଥିଲା କିନ୍ତୁ ହାତଗଣତି ପୋଲିସ ଥିବାରୁ ପରିସ୍ଥିତି ନିୟତ୍ରଣ ବାହାରକୁ ଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।କୋରାପୁଟରୁ ପୋଲିସ ଅଧିକାରୀମାନେ କଲେଜରେ ପହଂଚିବା ପରେ କଲେଜ କର୍ତୂପକ୍ଷ ଓ ପୋଲିସ ଧାରଣାଗତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଯାଇଥିଲା।ଯଦି ଉପସ୍ଥାନ କମ ଅଛି ତେବେ ମତେ କାହିଁକି ଦେଖାଇଲେ ନାହିଁ ବୋଲି ମୁକେଶ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.