Home ଜିଲ୍ଲା ପରିକ୍ରମା ୨୫ଟି ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ

୨୫ଟି ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ

77

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବନ୍ତ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିରରେ ଆଗତ ସମୁଦାୟ ୨୫ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌.ପି. ଚରଣ ସିଂ ମୀନା, ଡ଼ି.ଆର୍‌.ଡ଼ି.ଏ. ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାତ୍ର. ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଶୁଣାଣି କରାଯାଇଥିବା ୨୫ଟି ଅଭିଯୋଗ ମଧ୍ୟରୁ ୧୮ଟି ବ୍ୟକ୍ତିଗତ ଓ ୭ଟି ସାମୂହିକ ସମସ୍ୟାଭିତ୍ତିକ ଅଭିଯୋଗ ଥିଲା। ଶାରୀରିକ ଭାବେ ଉପସ୍ଥାପିତ ସମସ୍ତ ଅଭିଯୋଗ ଗୁଡ଼ିକର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତହସିଲଦାର ବନ୍ତ ଅଙ୍କିତା ବାରିକ୍‌, ବି.ଡ଼ି.ଓ. ବନ୍ତ ଶୁଭଦର୍ଶନ ମିଶ୍ର ଏହି ଶିବିର ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ। ସୂଚନାଯୋଗ୍ୟକି ପରବର୍ତ୍ତି ଜନ ଶୁଣାଣି ଶିବିର ଆସନ୍ତା ୨-୫-୨୨ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୯-୫-୨୨ ସୋମବାର, ଧାମନଗର ବ୍ଲକ ଓ ୨୫-୫-୨୨ ସୋମବାର ଭଣ୍ଡାରିପୋଖରୀ ବ୍ଲକରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.