Home ଜିଲ୍ଲା ପରିକ୍ରମା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଭଦ୍ରକ ଗସ୍ତ ମଇ ୬ ରେ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଭଦ୍ରକ ଗସ୍ତ ମଇ ୬ ରେ

60

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଆସନ୍ତା ମଇ ମାସ ୬ ତାରିଖ ଅପରାହ୍ଣରେ ଭଦ୍ରକ ଆସୁଛନ୍ତି ବୋଲି ହାଇକୋର୍ଟ ସୂତ୍ରରୁ ପ୍ରକାଶ। ସମ୍ପ୍ରତି ଭଦ୍ରକର ବରିଷ୍ଠ ଆଇନଜୀବୀ ଓ ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କର ଜୀବନୀ ପୁସ୍ତକ ‘ଆଜୀବନ ସଂଗ୍ରାମୀ – ନିରାକାର) ମଇ ୬ ତାରିଖ ସନ୍ଧ୍ୟା ୬.୩୦ ମିନିଟ ସମୟରେ ସିହିଦ୍ ସ୍ମୃତି ଭବନ (ଟାଉନ ହଲ)ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପଣ କରିବାକୁ ତାଙ୍କର ଏହି ଗସ୍ତ ବୋଲି ପୁସ୍ତକ ଉନ୍ମୋଚନ ଅଭ୍ୟର୍ଥନା ସମିତି ଏବଂ ଭଦ୍ରକ ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ହାଇକୋର୍ଟ ଜଷ୍ଟିସ ମାନ୍ୟବର ଦେବବ୍ରତ ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେବେ ବୋଲି ସ୍ଥିରିକୃତ ହୋଇଅଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଭଦ୍ରକ ଓକିଲ ସଂଘ ନଳାଙ୍ଗଠାରେ ଅଭ୍ୟର୍ଥନା ସମିତି ଏବଂ ଓକିଲ ସଂଘର କର୍ମକର୍ତ୍ତାମାନଙ୍କର ମିଳିତ ବୈଠକରେ ନିଷ୍ପତ୍ତି ଗ୍ରହଣ ହେଇ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏହି ମିଳିତ ବୈଠକରେ ଓକିଲ ସଂଘର ସଭାପତି ଦିଲିପ କୁମାର ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଗୋପବନ୍ଧୁ ଦୀକ୍ଷିତ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ସହସମ୍ପାଦକ ବିଶ୍ୱରଂଜନ ଦାସ ଓ ଅନ୍ୟ ଆଇନଜୀବୀମାନଙ୍କ ସହିତ ଆଜୀବନ ସଂଗ୍ରାମୀ ନିରାକାର ଜେନା, ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ପ୍ର. ଅଟଳ ବିହାରୀ ନାୟକ, ଉପାଧ୍ୟକ୍ଷ ଦିବ୍ୟସିଂହ ନାୟକ, ଆବାହକ ଗିରିଧାରୀ ନାଥ, ଆଇନଜୀବୀ ଅମର ବାରିକ, ପୂର୍ବତନ ଉପସଭାପତି କରୁଣାକର ଦାସ, ଚିତ୍ତରଂଜନ ନାଥ ଓ ଅନ୍ୟମାନେ ଉପସ୍ଥିତ ରହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.