Home ଜିଲ୍ଲା ପରିକ୍ରମା ୨୪ ଘଣ୍ଟା ନ ପୁରୁଣୁ ମୁନିଗୁଡା ପୋଲିସ୍ କୁ ପୁଣି ମିଳିଛି ସଫଳତା ପରେ ସଫଳତା...

୨୪ ଘଣ୍ଟା ନ ପୁରୁଣୁ ମୁନିଗୁଡା ପୋଲିସ୍ କୁ ପୁଣି ମିଳିଛି ସଫଳତା ପରେ ସଫଳତା -୧୧ ବ୍ୟାଗ ଗଞ୍ଜେଇ ସହିତ ଟ୍ରକ ଜବତ

76

ମୁନିଗୁଡା ୧୬-୬ (ଓଡ଼ିଆ ପୁଅ/ସୁକାନ୍ତ ବେହେରା) -ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଏଵେ ସଵୁ ଵେଳ ସୁନାମ ଚର୍ଚାରେ ରହୁଛି। ଯାହା ନ ହୋଇଛି ଅନ୍ୟ ଅଧିକାରୀଙ୍କ ସମୟରେ ତାହା ଆଜି ଲୋକଲୋଚନକୁ ଆଣିବାର ପ୍ରୟାସ କରିଥିବା ଅଳ୍ପଦିନର ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଓ ତାଙ୍କର ଥାନା ପୋଲିସ ଷ୍ଟାଫଙ୍କୁ ନେଇ ଗୋଟିଏ ପରେ ଗୋଟିଏ କ୍ରାଇମ ସଫଳତା ହାସଲ କରିଚାଲିଛନ୍ତି। ସେ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।ଏସ୍ ଡି ପି ଓ ଶ୍ରୀ ସାହୁ ଙ୍କ ଚୋରା ମଦ ଓ ଗଞ୍ଜେଇ ଧରା କୌଶଳ ଲଗାତର ଫଳପ୍ରଦ ହେବାରେ ଲାଗିଛି। ଆଜି ସକାଳେ ତେଲେଙ୍ଗାପଦର ଛକରେ ଚନ୍ଦ୍ରପୁରୁ ଅଞ୍ଚଳରୁ BR-୦୬GA୬୧୪୪ ଟ୍ରକରେ ୧୧ବ୍ୟାଗ ଗଞ୍ଜେଇ(ଯାହାକି୪୪୦କିଲୋହେବା ସହ ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ )ଲୋଡହୋଇ ମୁନିଗୁଡା ଅଭିମୂଖେ ଯାଉଥିଲା ଜାଲଵିଛାଇ ଥିବା ଏସଡିପିଓ ଓ ଆଇ ଆଇ ସି ଙ୍କ ପୂର୍ଵପ୍ରସ୍ତୁତି ପ୍ରକାରେ ସେଠାରେ ପୋଲିସ ଟିମ୍ ସହ ଜଗି ଟ୍ରକକୁ କାବୁ କରିବା ସମୟରେ କୌଶଳ କ୍ରମେ ଚାଳକ ଓ ବେପାରୀ ଟ୍ରକ ଛାଡି ଚମ୍ପଟ ମାରିଥିଲେ ଟ୍ରକ ଓ ଗଞ୍ଜେଇ କୁ ଥାନାକୁ ଆଣି ଥାନା ୭୬/୦୨୧ପ୍ରକାରେ କେଶ ରୁଜୁ ହେବାସହ ଆସାମିକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସ ଡିପିଓ ସୂଚନା ଦେଇଛନ୍ତି। ସରକାରଙ୍କ କୋଭିଡି ଡିଉଟିରେ ରାତିଦିନ ଏକ କରି ନିଜର ସ୍ବାସ୍ଥ୍ୟ ଓ ପରିବାରଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ନଦେଇ ଜନକଲ୍ୟାଣ ନିମନ୍ତେ କରୋନା ସଚେତନତା ସୃଷ୍ଟି ଓ ଲୋକଙ୍କୁ ସୁରକ୍ଷା ଯୋଗାଇ ଆଜି ମୁନିଗୁଡା ଅଞ୍ଚଳରେ କରୋନା ପ୍ରକୋପ ହ୍ରାସହେବାର ମୂଖ୍ୟ ଭୂମିକା ଥିଲା ମୁନିଗୁଡା ପୋଲିସ୍। ଏଥିସହିତ କେତେବେଳେ ଗୋରୁ ଚାଲାଣ ନିଉଜକୁ ନେଇ ସାମ୍ବାଦିକଙ୍କୁ କରୁଥିବା ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇବାକୁ ପଛାଇ ନ ଥିବାବେଳେ, ତୀକ୍ଷ୍ଣ ଦୃଷ୍ଟି ରଖି ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଚୋରା ମଦ ଧରି କୋର୍ଟ ଚାଲାଣ କରାଯାଇଛି, ହେଲେ କୋଭିଡି ନିୟମକୁ ଅମାନିଆ କରୁଥିଵା ଵ୍ୟକ୍ତିଙ୍କ ଠାରୁ ବହୁ ପରିମାଣର ଜୋରିମାନା ଆଦାୟ କରିବା ସହ ଗୋରୁ ଵେପାରୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରି ଥାନାର ମର୍ଯାଦା ରଖିଥିବା ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଏବଂ ଥାନାର ସହଯୋଗ ସମସ୍ତ ପୋଲିସ୍ କର୍ମଚାରୀଙ୍କୁ ସାଧାରଣରେ ପ୍ରଶଂସା କରୁଥିବା ଶୁଣିଵାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.