Home କଟକ ମାହାଙ୍ଗା ସାମ୍ବାଦିକ ସଂଘର ନିଆରା ପ୍ରୟାସ, ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରୋସରୀ ଓ ସାନିଟାରୀ ସାମଗ୍ରୀ ବଣ୍ଟନ

ମାହାଙ୍ଗା ସାମ୍ବାଦିକ ସଂଘର ନିଆରା ପ୍ରୟାସ, ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରୋସରୀ ଓ ସାନିଟାରୀ ସାମଗ୍ରୀ ବଣ୍ଟନ

53

ମାହାଙ୍ଗା, ୧୬/୦୬ (ଓଡ଼ିଆ ପୁଅ/ ଅଭୟ ଜେନା) କରୋନା ମହାମାରୀ ସମୟରେ ସ୍ରୋତର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରୁଥିବା ସାମ୍ବାଦିକ ମାନେ ବାସ୍ତବରେ କୋଭିଡ ଯୋଦ୍ଧା।

ସେମାନଙ୍କୁ ଉତ୍ସାହିତ କରିବାପାଇଁ ଆଗେଇ ଆସିଥିଲା ଏକ ସାମାଜିକ ଅନୁଷ୍ଠାନ।

ମାହାଙ୍ଗା ପ୍ରେସକ୍ଲବ ପକ୍ଷରୁ ସ୍ଥାନୀୟ ଅଂଚଳର ସମସ୍ତ ଖବର କାଗଜ ବିତରକ ଏବଂ ସାମ୍ବାଦିକ ମାନଙ୍କୁ ନେଇ ପୂର୍ବତନ ବିଧାୟକ ଗାନ୍ଧିବାଦୀ ନେତା ବିକ୍ରମ ଵର୍ମାଙ୍କ ସ୍ମୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବା ଦେଖିବାକୁ ମିଳିଥିଲା।

ଏହି ଅବସରରେ ସାମ୍ବାଦିକ ଓ ଖବର କାଗଜ ବିତରକଙ୍କୁ ମାସ୍କ, ସବୁନ, ସାନିଟାରୀ ସ୍ପ୍ରେୟର ସହିତ ବିଭିନ୍ନ ଗ୍ରୋସରୀ ସାମଗ୍ରୀ ବଣ୍ଟନ ପାଇଁ ସହଯୋଗର ହାତ ବଢାଇଥିଲା ଉପକାର ଫାଉଣ୍ଡେସନ।

ପ୍ରଥମେ ପ୍ରେସକ୍ଲବ ପରିସରରେ ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।

ପୂର୍ବତନ ବିଧାୟକ ତଥା ଶିକ୍ଷକନେତା ସ୍ବର୍ଗତ ବିକ୍ରମ କେଶରୀ ଵର୍ମାଙ୍କ ସ୍ମୁତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ, ସାଧାରଣ ସମ୍ପାଦକ ବିଜୟ କୁମାର ଜେନା, ଉପସଭାପତି ରଶ୍ମି ରଞ୍ଜନ ମହାନ୍ତି, ଉପକାର ଫାଉଣ୍ଡେସନ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଆଇନୀଜୀବୀ ଆଲୋକ ଜେନା, ଯୁବ ସାମ୍ବାଦିକ ଯଯାତି ସିଂ, ସାମ୍ବାଦିକ ବସନ୍ତ ସାମଲ, ହରିହର ସାହୁ, ତୁଷାର ଜ୍ୟୋତି ନାୟକ, ଦିବାକର ରାଉତ, ଅଚ୍ୟୁତାନନ୍ଦ ନାୟକ, ହେମନ୍ତ ଦାସ, ମହେଶ୍ୱର ବେହେରା, ରଞ୍ଜନ ବାରିକ, ପ୍ରଦୀପ୍ତ ମହାରଣା, ପ୍ରମୁଖ ଯୋଗଦେଇ ଗାନ୍ଧିବାଦୀ ନେତା ସ୍ବର୍ଗତ ଵର୍ମାଙ୍କ ବିରଳ ବ୍ୟକ୍ତିତ୍ୱ ଏବଂ ତ୍ୟାଗପୂର୍ଣ୍ଣ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।

ଏହା ପରେ ମାହାଙ୍ଗା ପ୍ରେସକ୍ଲବର ସଦସ୍ୟ ମାନେ ସ୍ଥାନୀୟ ଥାନାରେ ପହଂଚି ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ସହ କରୋନା ସଚେତନତାକୁ ନେଇ ପୋଲିସ ଓ ସାମ୍ବାଦିକ ମାନେ କିପରି ନିଜ ନିଜର କର୍ତ୍ତବ୍ୟ ଓ ଦାୟୀତ୍ୱ ସମ୍ପାଦନ କରୁଛନ୍ତି, ସେ ନେଇ ବିଷଦ ଆଲୋଚନା ହୋଇଥିଲା।

ସଂଘ ପକ୍ଷରୁ ମାହାଙ୍ଗା ଥାନା, କୁମୁଡା ଜଇପୁର ଏବଂ ଭଦ୍ରେଶ୍ୱର ଫାଣ୍ଡିର ସମସ୍ତ କର୍ମଚାରୀ ମାନଙ୍କୁ ମାସ୍କ, ସବୁନ, ସାନିଟାରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ମାହାଙ୍ଗା ସାମ୍ବାଦିକ ସଂଘର ଏଭଳି ମହତ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.