Home ଓଡ଼ିଶା ୨୪ ଗ୍ରାମ ବ୍ରାଉନ ସୁଗାର ଜବତ

୨୪ ଗ୍ରାମ ବ୍ରାଉନ ସୁଗାର ଜବତ

174

ନିମାପଡ଼ା,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ନିମାପଡ଼ା ଜୟଶ୍ରୀ ହଲ ଛକରୁ ଅବକାରୀ ବିଭାଗ ୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୪୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି  । ଏଥିରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକମାନେ କଲେଜ ଛାତ୍ର ବୋଲି ଜଣାପଡିଛି ।  ସେମାନଙ୍କ ମଧ୍ୟରେ ଜଣେ ଏସସିଏସ କଲେଜର ଯୁକ୍ତ ତିନିର ପଦାର୍ଥ ବିଜ୍ଞାନର ଶେଷ ବର୍ଷର ଛାତ୍ର ଶାନ୍ତନୁ କୁମାର ଦାସ ଓ ଅନ୍ୟ ଜଣେ  ସତ୍ୟ ରଞ୍ଜନ ଦାଶ । ଆଶ୍ଚର୍ଯ୍ୟର କଥା ହେଉଛି ଗିରଫ ହୋଇଥିବା ଏସସିଏସ କଲେଜର ଛାତ୍ର ଶାନ୍ତନୁଙ୍କ ବାପା ଓ ମା’ ପୁରୀର ପୋଲିସ ବିଭାଗର ଏଏସଆଇ ଥିବା ଜଣାପଡିଛି । ତା ପରେ ବି ସେ ପିଲା କିଭଳି ଏହା କରୁଥିଲା ତାହା ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.