Home ଓଡ଼ିଶା ୨୩ରେ ମିନିମାରାଥନ : ୧୦ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର

୨୩ରେ ମିନିମାରାଥନ : ୧୦ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର

214

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନେତାଜୀ ଜୟନ୍ତୀ ଉପଲକ୍ଷେ ଆଗାମୀ ୨୩ ତାରିଖ ଦିନ ଜିଲା ପ୍ରଶାସନ ପକ୍ଷରୁ ମିନିମାରାଥନ ଆୟୋଜନ କରାଯିବ। ତାଳବଣିଆ ଇଣ୍ଡୋରଷ୍ଟାଡିୟମରୁ ସିପସରୁବାଲି ପର୍ଯ୍ୟନ୍ତ ହେବାକୁ ଥିବା ଗଣ ଦୌଡ଼ରେ ପ୍ରାୟ ୫ହଜାର ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପୁରୀ ପୌରାଂଚଳ ସମେତ କୋଣାର୍କ ନିମାପଡା ପିପିଲି ବିଜ୍ଞପିତ ଅଂଚଳ ପରିଷଦ ଅଂଚଳ ରୁ ଆଗ୍ରହୀ ଛାତ୍ରଛାତ୍ରୀ ସେଥିରେ ଅଂଶ ଗ୍ରହଣ କରିବେ। ଜିଲା ପ୍ରଶାସନ ପକ୍ଷରୁ ୧୦ଟି ଆର୍କଷଣୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରଥମ ପୁରସ୍କାର ୩୦ହଜାର ଦ୍ୱତୀୟ ପୁରସ୍କାର ୨୦ହଜାର ତୃତୀୟ ପୁରସ୍କାର ୧୦ହଜାର ଟଙ୍କା ରଖାଯାଇଛି। ଏହା ଛଡା ୭ଜଣଙ୍କୁ ୫ହଜାର ଟଙ୍କା ଲେଖାଏଁ ସାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯିବ। ହ୍ୱାଟସପ ମାଧ୍ୟମରେ ମିନି ମାରାଥନ ପାଈଁ ପଞ୍ଜିକରଣ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧିକ ରୁ ଅଧିକ ପ୍ରତିଯୋଗୀ ପଠାଇବା ନିମନ୍ତେ ଜିଲାପାଳ ବଲଓନ୍ତ ସିଂ ଜିଲାର ସମସ୍ତ ବିଡିଓ ମଣ୍ଡଳ ଶିକ୍ଷାଧିକାରୀ କୋଣାର୍କ ପିପିଲି ଓ ନିମାପଡା ଏନଏସି କାର୍ଯ୍ୟନିର୍ବାହୀ ଅଧରକାରୀଙ୍କୁ ଚିଠି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.