Home ଓଡ଼ିଶା ୨୦୨୧ ପଞ୍ଚାୟତିରାଜ ଦିବସ ରଣପୁର ବ୍ଲକ ରେ ପାଳିତ

୨୦୨୧ ପଞ୍ଚାୟତିରାଜ ଦିବସ ରଣପୁର ବ୍ଲକ ରେ ପାଳିତ

66

ନୟାଗଡ/୦୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସମ୍ମିଳନୀ କକ୍ଷରେ ୨୦୨୧ ମସିହା ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖ ଅପରାହ୍ନ ୩ ଘଟିକା ସମୟରେ ପାଳିତ ହୋଇଯାଇଅଛି । ପୂର୍ବତନ ମୁଖ୍ୟମନ୍ତ୍ରୀ  ପ୍ରବାଦ ପୁରୁଷ ୰ ବିଜୁ ପଟ୍ଟନାୟକ ଙ୍କ ପଞ୍ଚାୟତିରାଜ ଗଠନ ରେ ଭୂମିକା ଯୋଗୁଁ ତାଙ୍କ ଜନ୍ମତିଥି କୁ ପଞ୍ଚାୟତିରାଜ ଦିବସ ରୂପେ ସାରା ଓଡିଶା ରେ ସରକାରୀ ସ୍ତର ରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଅଛି । ରଣପୁର ବ୍ଲକ ରେ ମୁଖ୍ୟ ଅତୀଥି ଭାବେ ବ୍ଲକ ଅଧକ୍ଷା ନିରୂପମା ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।

ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ପଟ୍ଟାୟତ , ରଣପୁର ବ୍ଲକ ସରକାରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ସାହୁ , ପୂର୍ବତନ ଗ୍ରାମ ପଞ୍ଚାୟାତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର , ବର୍ତମାନର ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ , ପ୍ରତି ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ସେବିକା , ମିଶନ ଶକ୍ତି କର୍ମଚାରୀ ଓ ପଞ୍ଚାୟତିରାଜ ମେମ୍ବର ମାନେ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ଗଠନ ରେ ୰ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ର ଭୁମିକା କୁ ନେଇ ସ୍ମୃତି ଚାରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.