Home କେନ୍ଦ୍ରାପଡ଼ା ୨୦୨୧ରେ ନୂତନ ଜନଗଣାନା ପାଇଁ ଚାର୍ଜ ଅଫିସରଙ୍କୁ ତାଲିମ ପ୍ରଦାନ

୨୦୨୧ରେ ନୂତନ ଜନଗଣାନା ପାଇଁ ଚାର୍ଜ ଅଫିସରଙ୍କୁ ତାଲିମ ପ୍ରଦାନ

102

କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ୨୦୨୧ ମସିହାରେ ନୂତନ ଜନଗଣନା ଆରମ୍ଭ ହେବାକୁ ଥିବାରୁ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ରାଜ୍ୟ ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ୨ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମପ୍ରଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥ ରାଜ୍ୟ ଜନଗଣନା କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ ଇନଭେଷ୍ଟିଗେଟର ମିଲିତା ଦତ୍ତ, ସିନିଅର କମ୍ପ।।ରଲସି ଶତୃଘ୍ନ ନାୟକ ଓ ଡିଇଓ ମାନସରଞ୍ଜନ କର ଯୋଗଦେଇ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି।

ପ୍ରିନସିପାଲ ସେନସସ ଅଫିସର ଭାବରେ ଜିଲ୍ଲାପାଳ, ଜିଲ୍ଲା ସେନସସ ଅଫିସର ଭାବରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ସେନସସ ଅଫିସର ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ଲାନିଂର ଉପନିର୍ଦେଶକ, ଡେପୁଟୀ ସେନସସ ଅଫିସର ଭାବେ ଜିଲ୍ଲା କାର୍ଯ୍ୟାଳୟର ସାଧାରଣ ଓ ବିବିଧ ବିଭାଗର ଡେପୁଟୀ କଲେକ୍ଟର, ଚାର୍ଜ ଅଫିସର ଭାବରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଓ ତହସିଲଦାର ଏବଂ ଅତିରିକ୍ତ ଚାର୍ଜ ଅଫିସର ଭାବେ ବିଡିଓମାନଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ଜନଗଣନାକୁ ସଠିକ ଭାବରେ କିଭଳି ପରିଚାଳନା କରାଯିବ ସେଥିନିମନ୍ତେ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ପରବର୍ତ୍ତି ସମୟରେ ଏହି ତାଲିମ ଗ୍ରହଣ କରିଥିବା ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରମାନେ ୨୦୨୧ – ଜନଗଣନା ନିମନ୍ତେ ସୁପରଭାଇଜର ଓ ଏନୁମରେଟରମାନଙ୍କୁ ତାଲିମ ପ୍ରଦାନ କରିବେ।

ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୧୧ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଜିଲ୍ଲାର ୪୩ଜଣ ଫିଲଡ ଟ୍ରେନରଙ୍କୁ ସ୍ଥାନୀୟ ଉର୍ଦ୍ଦୁ ପାଠାଗାରରେ ପ୍ରଶିକ୍ଷଣ ପ୍ରଦାନ କରିବେ। ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ତହସିଲଦାର ଏଥିନିମନ୍ତେ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ତାଲିମ ଓ ରିଫ୍ରେସର ତାଲିମ ନେଇଛନ୍ତି। ଏହି ୪୩ଜଣ ଫିଲଡ ଟ୍ରେନରଙ୍କ ମଧ୍ୟରୁ ପ୍ରତ୍ୟେକ ତହସିଲ ଅଧିନରେ ୪/୫ଜଣ କରି ଚାର୍ଜ ଅଫିସରମାନଙ୍କୁ ସହଯୋଗ ପାଇଁ କାର୍ଯ୍ୟ କରିବେ। ଏହି ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଡେପୁଟୀ କଲେକ୍ଟରେ ସମ୍ବିତ ଶତପଥୀ, ଅଙ୍କିତା ଆନନ୍ଦିତା, ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ପୈାରସଂସ୍ଥାର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.