Home କୋରାପୁଟ ୨୦୧୮/୧୯ ଆର୍ଥିକ ବର୍ଷରେ ଜିଲ୍ଲାରେ ୬୫ କୋଟି ଟଙ୍କା ରାଜସ୍ୱ ଆଦାୟ

୨୦୧୮/୧୯ ଆର୍ଥିକ ବର୍ଷରେ ଜିଲ୍ଲାରେ ୬୫ କୋଟି ଟଙ୍କା ରାଜସ୍ୱ ଆଦାୟ

451

କୋରାପୁଟ ; ତା୨୬-୦୪-୧୯(ଓଡିଆପୁଅ /ରଂଜନ କୁମାର ଦାସ)୨୦୧୮/୧୯ ଆର୍ଥିକବର୍ଷରେ କୋରାପୁଟ ଜିଲ୍ଲାର ୧୪ ଟି ତହସିଲରୁ ୬୫ କୋଟି୯୩ ଲକ୍ଷ ୯୨ ହଜାର ୩୦୪ ଟଙ୍କା ରାଜସ୍ୱ ଆଦାୟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭାରପ୍ରାପ୍ତ ରାଜସ୍ୱ ଅଧିକାରୀ ଦିପ୍ତିମୟୀ ପ୍ରଧାନଙ୍କଠାରୁ ଜଣାପଡିଛି ।ଖଜଣା , ରୟାଲିଟି ଓ ଜଳକର ବାବଦରେ ଚଳିତ ବର୍ଷ ୩୨ କୋଟି ୯୭ ଲକ୍ଷ ୧୨୪୮ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ବେଳେ ୧୪ ଟି ତହସିଲରୁ ସମୁଦାୟ୬୫ କୋଟି୯୩ ଲକ୍ଷ ୯୨ ହଜାର ୩୦୪ ଟଙ୍କା ରାଜସ୍ୱ ଆଦାୟ କରିଛି ଯାହାକି ୨୦୦ % ଅଟେ ।ନନ୍ଦପୁର ତହସିଲ ୪୪୨% ଆଦାୟ କରି ୧ ମ ,ପଟ୍ଟାଙ୍ଗୀ ୩୧୫.୮୬% ୨ୟ ଓ କୋରାପୁଟ ତହସିଲ ୩୧୫.୫୨% ଆଦାୟ କରି ୩ ୟ ସ୍ଥାନରେ ରହିଥିବା ଜଣାପଡିଛି ।ନନ୍ଦପୁର ତହସିଲକୁ ୧ କୋଟି ୨୮ ଲକ୍ଷ ୩୯ ହଜାର ୫୬୩ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୫ କୋଟି ୬୮ ଲକ୍ଷ ୫୮ ହଜାର ୩୪୬ ଟଙ୍କା ରାଜସ୍ୱ ଆଦାୟ କରିପାରିଛି ।ପଟ୍ଟାଙ୍ଗୀ ତହସିଲକୁ ୯୩ ଲକ୍ଷ ୮୩ ହଜାର ୫୯୪ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ୨ କୋଟି ୯୬ ଲକ୍ଷ ୩୯ ହଜାର ୩୪୧ ଟଙ୍କା ରାଜସ୍ୱ ଆଦାୟ କରିପାରିଛି ।ସେହିପରି କୋରାପୁଟ ତହସିଲକୁ ୩ କୋଟି ୭୭ ଲକ୍ଷ ୯୦ ହଜାର ୫୧ ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ୧୧କୋଟି ୯୨ ଲକ୍ଷ ୩୫ ହଜାର ୧୭୪ ଟଙ୍କା ରାଜସ୍ୱ ଆଦାୟ କରିପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.