Home Coronavirus Outbreak ୨୦୦ ଟପିଲା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା

୨୦୦ ଟପିଲା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା

127

ବାଲେଶ୍ୱର, ୧୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ସରକାରଙ୍କ ସମେତ ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜି ଗୋଟିଏ ଦିନରେ ଓଡ଼ିଶାରେ ୨୨୫ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଦ୍ୟାବଧି ୨୫୯୪ ଜଣଙ୍କ ସୁସ୍ଥ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ଏବେ ୧୧୧୬ ଜଣ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ବାଲେଶ୍ୱରରେ ଆଜି ୨ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି। ତେବେ ଅଶ୍ୱସ୍ତିକର ବିଷୟ ଯେ ଆଜି ୧୨ ଜଣଙ୍କୁ ମିଶାଇ ଅଦ୍ୟାବଧି ଜିଲ୍ଲାରେ ୧୮୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ମାତ୍ର ୧୨ ଜଣ ଏକ୍ଟିଭ୍ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱରକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଅନ୍ୟାନ୍ୟ ରାଜ୍ୟରୁ ଏବେ ବି ପ୍ରବାସୀଙ୍କ ଆଗମନ ଜାରି ରହିଛି। ଅଦ୍ୟାବଧି ଜିଲ୍ଲାକୁ ୪୦ ହଜାରରୁ ଅଧିକ ପ୍ରବାସୀ ଆସିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ୧ଲକ୍ଷ ଅତିକ୍ରମ କରିବ ବୋଲି ଆନୁମାନ କରାଯାଉଛି। ସମ୍ପ୍ରତି ପ୍ରତ୍ୟେକ ପରିବାରର ଲୋକଙ୍କ ସ୍ୱାବ ପରୀକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ସ୍ୱାର୍ଡ଼ସ୍ତରୀୟ କମିଟି ଗଠନ ଚାଲିଛି। ପରିବାରୱାରି ନମୁନା ସଂଗ୍ରହ ଓ ପରୀକ୍ଷା କରାଗଲେ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଯାହାବି ହେଉ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ମାନି ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.