Home Top News ୨୦ରୁ ଅଧିକ ବୋମା ମାଡ଼ : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ

୨୦ରୁ ଅଧିକ ବୋମା ମାଡ଼ : ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ

44

ପୁରୀ ୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ। ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା। ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ।

ସୂଚନା ଅନୁଯାୟୀ, ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି। ଗୋଷ୍ଠୀ କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଜମି ଜବରଜଖଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠି ମଧ୍ୟରେ ବଚସା ହୋଇଥିଲା ଓ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବୋମାମାଡ଼ ହୋଇଥିବା ଜଣାପଡିଛି।

ମୌଜାର କିଛି ଜମିକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ସେ ନେଇ ଆଜି ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ। କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସିନଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ସେଠାରେ ଘନ ଘନ ବୋମାମାଡ଼ ହୋଇଥିଲା। ଖବର ପାଇ ପୁରୀ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ବ୍ରହ୍ମଗିରି IIC ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରି:ନ୍ତି। ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.